ଜମ୍ମୁ କାଶ୍ମୀର ଓ ଲଦାଖରେ ପ୍ରଥମ ଉପ ରାଜ୍ୟପାଳ ଙ୍କୁ ନିଯୁକ୍ତି ଦିଆଯାଇଛି। ଜମ୍ମୁ କଶ୍ମୀରରୁ ଅଲଗା ହୋଇଥିବା ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଲଦାଖ ଓ ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁ ଆଜି ଶପଥ ନେବେ । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ସହ ଗତ ଅଗଷ୍ଟ ୫ରେ ରାଜ୍ୟରୁ ଲଦାଖ ଅଞ୍ଚଳକୁ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଉଭୟ ଜମ୍ମୁ କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି । କେବଳ ଏତିକି ପାର୍ଥକ୍ୟ ଯେ, ଜମ୍ମୁ କଶ୍ମୀରରେ ବିଧାନସଭା ରହିବ ଏବଂ ଲଦାଖ ବିନା ବିଧାନସଭାରେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଚୟ ପାଇଛି । ଲଦାଖ ତରଫରୁ କିଛି ବର୍ଷ ହେବ ଏହି ଦାବି ହୋଇ ଆସୁଥିଲା । ପ୍ରାଥମିକ ଅବସ୍ଥାରେ ଉଭୟ ରାଜ୍ୟ ପାଇଁ ଏକ ହାଇକୋର୍ଟ ରହିବ ।