ଆଜି ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଓଡିଆ ପୁଅ ଗିରୀଶ ମୁର୍ମୁ ଶପଥ ନେଇଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଜମ୍ମୁକାଶ୍ମୀରର ମୁଖ୍ୟ ବିଚାରପତି। ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ରାଜ୍ୟକୁ ପ୍ରଥମ ଉପରାଜ୍ୟପାଳ ମିଳିଛି। ଗିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ମୟୂରଭଞ୍ଜ ବେତନଟୀର ମୂଳବାସିନ୍ଦା। ସେ ୧୯୮୫ ବ୍ୟାଚର ଗୁଜରାତ କ୍ୟାଡରର ଆଇଏଏସ ଅଫିସର। ଉପରାଜ୍ୟପାଳ ନିଯୁକ୍ତ ହେବା ପୂର୍ବରୁ ସେ ଅର୍ଥ ବିଭାଗର ବ୍ୟୟ ସଚିବ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ଗୁଜରାତର ପ୍ରମୁଖ ସଚିବ ଥିଲେ। ଉଲ୍ଲେଖଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ରାଜ୍ୟ ପୁନର୍ଗଠନ ପୂର୍ବକ ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ହୋଇଛି।