ତାମିଲନାଡୁର ତିନିଟି ସ୍ଥାନରେ ଏନ୍ଆଇଏ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି । ଆଇଏସ୍ ଲିଙ୍କ ସନ୍ଦେହରେ ଏନ୍ଆଇଏ ପକ୍ଷରୁ ଏହି ଚଢାଉ କରାଯାଇଥିବା ଜଣାପଡିଛି । ଦୁଇ ହିନ୍ଦୁ ନେତାଙ୍କ ମୃତ୍ୟୁରେ ଆଇଏସ୍ ଲିଙ୍କ ନେଇ ଏହି ଚଢାଉ କରାଯାଇଥିବା ଜଣାପଡିଛି । କୋଏମ୍ବାଟୁର ଏବଂ ନାଗୁର୍ର ତିନୋଟି ସ୍ଥାନରେ ଏହି ଚଢାଉ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୁ ମକ୍କଲ କଟ୍ଚିର ନେତା ଅର୍ଜୁନ ସମ୍ପଥ୍ ଏବଂ ଓମ୍କାର ସମ୍ପଥ୍ଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାରେ ଆଇଏସ୍ ଆତଙ୍କୀଙ୍କ ସମ୍ପୃକ୍ତି ଥିବା କାରଣରୁ ଏନ୍ଆଇଏ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା । 2014 ପରଠାରୁ ଭାରତରୁ 127 ଜଣ ଆଇଏସ୍ ସମର୍ଥକଙ୍କୁ ଗିରଫ କରାଯାଇଥିବା ବେଳେ ଏହା ମଧ୍ୟରେ ତାମିଲନାଡୁରୁ 33 ଜଣ ରହିଛନ୍ତି ।