୬ ଥର ବିଶ୍ବ ଚାମ୍ପିୟନ୍ ଏମ୍ ସି ମେରୀକମ୍ଙ୍କୁ ୨୦୨୦ ଟୋକିଓ ଅଲମ୍ପିକ୍ସ ନିମନ୍ତେ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରାଯାଇଛି। ୫ ଜଣ ଲେଖାଏଁ ପୁରୁଷ ଏବଂ ମହିଳା କ୍ରୀଡାବିତ୍ଙ୍କୁ ମନୋନୀତ କରାଯାଇଥିବା ବେଳେ ଏସିଆ ମହାଦେଶର ଆମ୍ବାସାଡର ଭାବରେ ମେରୀକମ୍ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଇଓସି ପକ୍ଷରୁ ଗୁରୁବାର ଏହି ଦଶ ଜଣିଆ ଆମ୍ବାସାଡର ଦଳ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଆଇଓସିକୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେରୀ କମ୍ ନିକଟରେ ସମାପିତ ବିଶ୍ବ ବକ୍ସିଂ ଚାମ୍ପିୟନ୍ସିପ୍ରେ ବ୍ରୋଞ୍ଜ ପଦକ ହାସଲ କରିବା ସହିତ ନିଜର ଅଷ୍ଟମ ପଦକ ହାସଲ କରିଥିଲେ।