ରାଉରକେଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ ଏକ ଘଞ୍ଚ ଜଙ୍ଗଲରେ ଦୁଇ ଜଣ ଯୁବତୀଙ୍କ ଦୁଷ୍କର୍ମ ଉଦ୍ୟମ ହୋଇଛି । ଜଣେ ଯୁବତୀଙ୍କ ସହିତ ଗଣ ଦୁଷ୍କର୍ମ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି । ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ କୁଆଁରମୁଣ୍ଡା ଥାନାରେ ଏତଲା ଦିଆଯାଇଛି । ଅନ୍ୟପକ୍ଷରେ ଆଉ ଜଣେ ଯୁବତୀଙ୍କ ସହିତ ଅଭିଯୁକ୍ତମାନେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସୌଭାଗ୍ୟବଶତଃ ସେ ଦୁର୍ବୃତ୍ତଙ୍କ କବଳରୁ ଖସି ପଳାଇ ଆସିଥିବା ସୂଚନା ମିଳିଛି । ପୋଲିସ ମାମଲାର ଖୋଳତାଡ଼ କରି ୩ ଜଣଙ୍କୁ ଗିରଫ କରିଛି ।