ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଜର୍ମାନୀର ଚାନ୍ସେଲର ଏଞ୍ଜେଲା ମର୍କେଲ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀ ଓ ମର୍କେଲଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଦ୍ୱୀପାକ୍ଷିକ ଆଲୋଚନା ହୋଇପାରେ। ଏତଦ ବ୍ୟତୀତ ଭାରତ ଓ ଜର୍ମାନୀ ମଧ୍ୟରେ ପ୍ରାୟ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ମର୍କେଲ ୨ ଦିନିଆ ଭାରତ ଗସ୍ତରେ ଗୁରୁବାର ଦିଲ୍ଲୀ ପହଞ୍ଚିଛନ୍ତି। ଏୟାରପୋର୍ଟରେ ମର୍କେଲଙ୍କୁ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସ୍ୱାଗତ କରିଥିଲେ। ମର୍କେଲ ନିଜର ଗସ୍ତକାଳରେ ବ୍ୟବସାୟ ଦୁନିଆର ପ୍ରତିନିଧିଙ୍କୁ ଭେଟିବା ବ୍ୟତୀତ ଭାରତୀୟ ନେତୃତ୍ୱକୁ ସାକ୍ଷାତ କରିବେ। ତାଙ୍କୁ ଶୁକ୍ରବାର ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯିବା ପରେ ସେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ।