ସମୀକ୍ଷା ବ୍ୟୁରୋ
ବିଶ୍ବପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିରର ପରିଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପର୍ଯ୍ୟଟକଙ୍କ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ଖୋଲା ରହିବ। ସେହିପରି ସନ୍ଧ୍ୟା ୭ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ୩୦ ଯାଏ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଚାଲିବ ବୋଲି ସୂଚନା ରହିଛି। ଏହି ନୂତନ ନିୟମ ଆଜିଠାରୁ ଫେବୃଆରୀ ୨୮ ତାରିଖ ଯାଏ ଲାଗୁ ହୋଇଛି। ପୂର୍ବରୁ ସନ୍ଧ୍ୟା ୭ଟାରୁ ଲାଇଟ୍ ଆଣ୍ଡ ସାଉଣ୍ଡର ଡବଲ୍ ଶୋ’ ହେଉଥିଲା।