ବଲିଉଡ୍ ଦବଙ୍ଗ ସଲମନ୍ ଖାନ୍ ସବୁବେଳେ ଚର୍ଚ୍ଚାରେ। ଫିଲ୍ମ ହେଉ ଅବା ବ୍ୟକ୍ତିଗତ ଜୀବନକୁ ନେଇ। ବଲିଉଡ୍ର ଏହି ଦବଙ୍ଗ ହିରୋ ଏବେ ଚର୍ଚ୍ଚାରେ ରହିଛନ୍ତି ତାଙ୍କର ନୂଆ ଫିଲ୍ମ ‘ରାଧେ’କୁ ନେଇ। ଏହି ଫିଲ୍ମର ତାଙ୍କ ବିପକ୍ଷରେ ହିରୋଇନ୍ ଭୂମିକାରେ ନଜର ଆସିବେ ଦିଶା ପଟ୍ଟାନୀ। ତେବେ ପୂର୍ବରୁ ଦିଶା ସଲମାନ୍ଙ୍କ ସହ ‘ଭାରତ’ରେ ନଜର ଆସିସାରିଛନ୍ତି। ଏହି ଫିଲ୍ମ ଜରିଆରେ ସଲମାନ୍ ମୋଷ୍ଟ ଓ୍ବାଣ୍ଟେଡ୍ ଭାଇ ଚରିତ୍ରରେ ପରଦାକୁ ଆସିବେ। ଆସନ୍ତା ଇଦ୍ ଅବସରରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଥିବାବେଳେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି କୋରିଓଗ୍ରାଫର୍ ତଥା ଅଭିନେତା ପ୍ରଭୁ ଦେବା। ଏହି ଫିଲ୍ମରେ ଦିଶାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ରଣଦୀପ ହୁଡ୍ଡା ପ୍ରମୁଖ ନଜର ଆସିବେ। ଆସନ୍ତା ଡିସେମ୍ବର ୨୦ ତାରିଖରେ ସଲମାନଙ୍କ ‘ଦବଙ୍ଗ ୩‘ ପରଦା ଉପରକୁ ଆସିବାକୁ ରହିଛି।