ସମୀକ୍ଷା ବ୍ୟୁରୋ
ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ନଡିଆ ଗଛରୁ ଖସି ପଡି ଜଣେ ଲୋକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଅଘଟଣ ମଙ୍ଗରାଜପୁର ଗ୍ରାମରେ ଘଟିଛି। ବାଣପୁର ବ୍ଲକରେ ଜଣେ ସରକାରୀ କର୍ମଚାରୀଙ୍କ ବଗିଚାରେ ଏପରି ଦୟନୀୟ ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମାନିଆ ପରିଡା(୫୭) ନଡିଆ ତୋଳିବା ସମୟରେ ଭାରସାମ୍ୟ ହରାଇ ଗଛରୁ ଖସିପଡିଥିଲେ। ଗ୍ରାମବାସୀଙ୍କ ଦ୍ଵାରା ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।