ଅନିଶ୍ଚିତତା ଭିତରେ ଭାରତ-ବାଂଲାଦେଶ ଟି-୨୦ କ୍ରିକେଟ ମ୍ୟାଚ। ଆଜି ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିଅମରେ ଭାରତ-ବାଂଲାଦେଶ ପ୍ରଥମ ଟି-୨୦ କ୍ରିକେଟ ମ୍ୟାଚ ଖେଳାଯିବ। କିନ୍ତୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ଅବସ୍ଥାରେ ରହିଥିବାରୁ ଖେଳ ହେବା ନେଇ ସନ୍ଦେହ ଦେଖାଯାଇଛି। ପ୍ରଦୂଷଣ କମ୍ କରିବା ପାଇଁ ସରକାର ତରଫରୁ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ କୌଣସି ସଫଳ ମିଳୁନାହିଁ। ଗତକାଲି ଦୁଇଦେଶର ସମସ୍ତ ଖେଳାଳି ମାସ୍କ ଲଗାଇ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। ତେଣୁ ଏପରି ଭୟାନକ ବାୟୁ ପ୍ରଦୂଷଣରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଖେଳ ହେବା ନେଇ ସନ୍ଦେହ ଦେଖାଯାଇଛି। ଏପରି ପରିସ୍ଥିତିରେ ଆଜିର ମ୍ୟାଚ ଅନୁଷ୍ଠିତ ହେବକି ନାହିଁ ରେଫରୀଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯିବ।