ମୁମ୍ବାଇ-ପୁଣେ ହାଇଓ୍ବେରେ ସୋମବାର ସକାଳୁ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୫ଜଣ ମୃତ୍ୟୁବରଣ କରିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଭୋର ଘାଟ ପାଖରେ ଡ୍ରାଇଭରଙ୍କ ଦାୟିତ୍ବହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଆହତ ଲୋକଙ୍କୁ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ଜଣକ ଗାଡ଼ି ଚଳାଇବାବେଳେ ସନ୍ତୁଳନ ହରାଇବସିଥିଲେ, ଯାହା ଫଳରେ ଗାଡ଼ିଟି ଯାଇ ସିଧାରେ ଖାଇରେ ପଡ଼ିଯାଇଥିଲା ।