ସମୀକ୍ଷା ବ୍ୟୁରୋ
କର୍ମକ୍ଷେତ୍ରରେ ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ ଗିରଫ ହୋଇ ଜେଲ୍ ଯାଇଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପ୍ରମୋଦଙ୍କୁ ତାଙ୍କ ବଣିଆମାଳସ୍ଥିତ ବାସଭବନରୁ ପୋଲିସ୍ ଗିରଫ କରି ପଚରାଉଚୁରା କରିଥିଲା। କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା। ଏହି ସାଂଘାତିକ କେଳେଙ୍କାରୀର ଅଡିଓ ଟେପ୍ ମଧ୍ୟ ସାମ୍ନାକୁ ଆସିଥିଲା। ଇତି ମଧ୍ୟରେ ପ୍ରମୋଦ କୁମାର ସାହୁଙ୍କ ସହ ବିଜୁ ଜନତା ଦଳର କୌଣସି ସମ୍ପର୍କ ନାହିଁ ଏବଂ ସେ ବହୁ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ ସାରିଛନ୍ତି ବୋଲି ଏକ ସ୍ପଷ୍ଟୀକରଣ ଆଜି ଦଳ ତରଫରୁ ଜାରି ହୋଇଛି।