ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସର୍ବୋଚ୍ଚ ଅଦାଲତ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସୋମବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଖସିବା ନେଇ ଚିନ୍ତା ପ୍ରକଟ କରି ଅଦାଲତ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦିଲ୍ଲୀରେ ପ୍ରଦୂଷଣ ଜନିତ ସମସ୍ୟା ବଢୁଛି, ଆମେ କିଛି କରିପାରୁନାହୁଁ। ବଞ୍ଚିବାର ସମସ୍ତଙ୍କର ଅଧିକାର ରହିଛି। ଏହି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି କହିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଭର୍ସନା ମଧ୍ୟ କରିଛନ୍ତି। ରାଜ୍ୟ ସରକାର ନିର୍ବାଚନରେ ଅଧିକ ଆଗ୍ରହୀ ରହୁଛନ୍ତି। କିନ୍ତୁ ଏଠାରେ ଲୋକେ ମରୁଛନ୍ତି। ଏହି ସମୟରେ ପଞ୍ଜାବ ଓ ହରିୟାଣାକୁ ନଡ଼ା କମ ଜଳାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ନଡ଼ା ଜଳାଇବା ଉପରେ ତୁରନ୍ତ ରୋକ୍ ଲାଗିବା ଉଚିତ୍। ଏଥିପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। ପ୍ରଶାସନକୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି କହିଛନ୍ତି।