ସମୀକ୍ଷା ବ୍ୟୁରୋ
ବଡି ସକାଳୁ କଟକ ଏସସିବି ମେଡିକାଲ କଲେଜରେ 5ଟି ସଚିବ ଭି.କେ ପାଣ୍ଡିୟାନ। ବହୁ କର୍ମଚାରୀ ମୁହଁ ଧୋଇ ନ ଥିବା ବେଳେ ପାଣ୍ଡିୟାନ ଆସିଛନ୍ତି ଶୁଣିବା ପରେ ତରବର ହୋଇ ନିଜନିଜ କାମରେ ଲାଗିପଡିଲେ। ସବୁ ୱାର୍ଡରେ ନର୍ସଠାରୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ଏହି ଖବର ଜାଣିବା ପରେ ସମସ୍ତେ କର୍ମବୀର ପରି ନିଜନିଜ କାମରେ ବ୍ୟସ୍ତ ରହିଲେ। ହେଲେ ସେମାନେ ଯେତେବେଳେ ଜାଣିଲେ ଯେ ପାଣ୍ଡିୟାନ ସା’ରେ ୱାର୍ଡକୁ ଆସିବେ ନାହିଁ ସେତେବେଳେ ଟିକିଏ ନିଶ୍ବାସ ମାରିଲେ। ପ୍ରକୃତରେ ଏସସିବି ମେଡିକାଲର ଭିତ୍ତିଭୂମି ଉପରେ ତଦାରଖ କରିବା ପାଇଁ ପାଣ୍ଡିଆନ ନିଜ ଟିମ୍ ସହିତ ସକାଳୁ ସକାଳୁ ସେଠାରେ ପହଁଚିଥିଲେ।
ପାଣ୍ଡିଆନଙ୍କ ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଓ କଟକ ଡିସିପି ମଧ୍ୟ ଏସ୍ସିବି ପରିସରରେ ଉପସ୍ଥିତ ଥିଲେ ।ଏହି ଖବରକୁ ନେଇ ଏସସିବିରେ ଏକ ଭୟର ବାତାବରଣ ଖେଳିଯାଇଥିଲା।
ଅନୁଧ୍ୟାନ ସଂପର୍କରେ ଆଜି 5ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ଦେବେ। ଏହି ରିର୍ପୋଟକୁ ନେଇ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବିର ବରିଷ୍ଠ ଅଧିକାରୀ, ସବୁ ବିଭାଗୀୟ ଅଧିକାରୀ, ମେଡିକାଲ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି। ଏଥିରେ ସେ ହସପିଟାଲର ଭିତ୍ତିଭୂମିର ବିକାଶ ସହିତ ରୋଗୀ କଲ୍ୟାଣ ଯୋଜନା ଉପରେ ମଧ୍ୟ ସମୀକ୍ଷା କରିବେ।