ସମୀକ୍ଷା ବ୍ୟୁରୋ
ଓଡ଼ିଆଙ୍କୁ ଓଡ଼ିଶାରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସ୍ସିବି ମେଡ଼ିକାଲ୍ ପାଇଁ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ୫ଟି ସଚିବ, ସ୍ବାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ଏସ୍ସିବିର ସବୁ ବିଭାଗୀୟ ମୁଖ୍ୟ ଓ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଆଧାରରେ ଶର୍ଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବା ସହିତ ଅନ୍ୟ ବଡ଼ ବଡ଼ ମେଡ଼ିକାଲ କଲେଜରୁ ଏସ୍ସିବିକୁ ବିଶେଷଜ୍ଞ ଡାକ୍ତର ଆସିବେ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ୩ଟି ମେଡ଼ିକାଲ୍ ମଧ୍ୟରେ ଏସ୍ସିବିକୁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶର ଶ୍ରେଷ୍ଠ ୧୪ତମ ହସ୍ପିଟାଲ୍ରେ କଟକ ବଡ଼ ମେଡ଼ିକାଲ ରହିଛି । ଆଜି ସକାଳୁ ମଧ୍ୟ ୫ଟି ସଚିବ ମେଡ଼ିକାଲ ପରିଦର୍ଶନ କରିବା ସହିତ ଭିତ୍ତିଭୂମି ସମୀକ୍ଷା କରିଥିଲେ ।