ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଅନୁଷ୍କା ସେଟ୍ଟି ଆଜି ୩୮ତମ ଜନ୍ମଦିବସ ପାଳନ କରୁଛନ୍ତି। ୧୯୮୧ ନଭେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅନୁଷ୍କା। ୨୦୦୫ ଫିଲ୍ମ ‘ସୁପର୍’ ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ଅନୁଷ୍କା। ପରେ ପରେ ସେ ‘ସିଂଘମ୍’, ରୁଦ୍ରାମହାଦେବୀ’, ମିର୍ଚ୍ଚ’, ’ଅରୁନ୍ଧତୀ’, ‘ବେଦମ୍’ ଆଦି ବ୍ଲକବ୍ଲଷ୍ଟର ଫିଲ୍ମରେ ଅଭିନୟ କରିଛନ୍ତି। ବାହୁବଲୀରେ ସେ ଦେବସେନା ଭୂମିକାରେ ଅଭିନୟ କରି ବେଶ୍ ଚର୍ଚ୍ଚିତ ରହିଥିଲେ। ତେବେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅନୁଷ୍କା ଜଣେ ଯୋଗ ଗୁରୁ ଭାବରେ କାମ କରୁଥିଲେ। ଜଣେ ନିର୍ଦ୍ଦେଶକ ତାଙ୍କ ଯୋଗ ଦେଖିବା ପରେ ତାଙ୍କୁ ଫିଲ୍ମ କରିବାକୁ ଅଫର୍ ଦେଇଥିଲେ। ବାହୁବଲୀ ଅଭିନେତା ପ୍ରଭାସଙ୍କ ସହ ତାଙ୍କ ଅନେକଗୁଡ଼ିଏ ଫିଲ୍ମ ହିଟ୍ ରହିବା ସହିତ ତାଙ୍କ ସହ ଅନୁଷ୍କାଙ୍କ କେମେଷ୍ଟ୍ରିକୁ ଦର୍ଶକେ ବହୁତ ପସନ୍ଦ କରିଥା’ନ୍ତି। ଦୁହେଁ ପ୍ରଥମ ଥର ‘ବିଲ୍ଲା’ରେ ଏକାଠି ନଜର ଆସିଥିଲେ। ପରେ ପରେ ଦୁହେଁ ଅନେକଗୁଡ଼ିଏ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଦୁହିଁଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରିକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି। ଏପରିକି ଦୁହେଁ ଦୁଇଜଣଙ୍କୁ ଡେଟ୍ କରିବା ସହିତ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ମଧ୍ୟ ଖବର ମିଳିଥିଲା, ହେଲେ ଦୁହେଁ ଭଲ ସାଙ୍ଗ ବୋଲି କହିଥିଲେ । ୩୮ ବର୍ଷ ବୟସରେ ଅନୁଷ୍କା ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ।