ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ“ବୁଲବୁଲ” ବାତ୍ୟାର ରୂପ ନେଇଛି । ଆସନ୍ତା ୨୪ଘଣ୍ଟାରେ ସିଭିୟର ସାଇକ୍ଲୋନ ରୂପ ନେବ ବୁଲବୁଲ । ଭାରତୀୟ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବୁଲବୁଲ ବାତ୍ୟା ଏବେ ଉତ୍ତର ଦିଗକୁ ଗତି କରୁଛି । ୯ତାରିଖରେ ଉତ୍ତର, ଉତ୍ତରପୂର୍ବ ଦିଗକୁ ଗତି କରିବ । କାଳକ୍ରମେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି । ଏହା ପ୍ରଭାବରେ ୮ତାରିଖ ସକାଳୁ ଓଡ଼ିଶା ଉପକୂଳରେ ସମୁଦ୍ର ଆଶାନ୍ତ ରହିବା ସହ ପ୍ରବଳ ବର୍ଷା ଆରମ୍ଭ ହେବ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷିବ । ସେହିପରି ୯ତାରିଖରେ ଉତ୍ତର ଓଡ଼ିଶା ସହ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ହେବ । ଏହି ପବନ ବର୍ଷାରେ କଚ୍ଚା ଘର , ବିଦ୍ୟୁତ ଖୁଣ୍ଟି, ଗଛ ଭାଙ୍ଗିବା , ରାସ୍ତା ଓ ଫସଲରେ କ୍ଷୟକ୍ଷତି ସାଙ୍ଗକୁ ଟେଲିଫୋନ ପ୍ରଭାବିତ ହୋଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ରାଜ୍ୟସରକାର ପ୍ରସ୍ତୁତ ରହିଛନ୍ତି ।