ଭୁବନେଶ୍ବର ଉପକଣ୍ଠ ସରକନ୍ତରାରେ ବାପ ପୁଅଙ୍କ ଉପରେ ଗୁଳିମାଡ ହୋଇଛି । ଜମିବାଡି ଓ ଡ୍ରଗ୍ସ କାରବାରକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି । ଏହି ଘଟଣାରେ ପୁଅ ଅନିଲ୍ ଜେନାଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ବାପା ଅଭିମନ୍ୟୁ ଜେନା ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଗତକାଲି ଡ୍ରଗ୍ସ ମାଫିଆ ବାପି ଓରଫ ଭରତ ସାହୁ ଧମକ ଦେଇଥିଲା ।