ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ୍ନଭୀସ୍ । ସରକାରଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେ ରାଜ୍ୟପାଳଙ୍କ ଉପରେ ନଜର ରହିଛି । ଚଳିତ ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଜିତିଥିବାବେଳେ ସରକାର ଗଠନକୁ ନେଇ ଦୁଇ ଦଳ ମଧ୍ୟରେ ଦ୍ବନ୍ଦ୍ବ ରହିଛି । ଶିବସେନା 50-50 ଫର୍ମୁଲାକୁ ନେଇ ଅଡି ବସିଥିବାବେଳେ ବିଜେପି ମଧ୍ୟ ଶିବସେନାର କଥାକୁ କର୍ଣ୍ଣପାତ କରୁନାହିଁ । ଏପରିସ୍ଥିତିରେ ମହାରାଷ୍ଟ୍ରରେ ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।