ସମ୍ଭାବ୍ୟ ବାତ୍ୟା ’ବୁଲ୍ବୁଲ୍’ ଭୟଙ୍କର ରୂପ ଧାରଣ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି । ୧୦ ତାରିଖ ସୁଦ୍ଧା ସୁନ୍ଦରବନର ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଥିବା ସିଟି ପରୀକ୍ଷାକୁ ମଧ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଘୁଞ୍ଚାଇ ଦିଆଯାଇଛି । ସେହିପରି ମୌଳିକ ଶିକ୍ଷା ଡିପ୍ଲୋମା ପରୀକ୍ଷା ସଂସ୍କୃତ ପେଡାଗୋଜି ପରୀକ୍ଷା ଘୁଞ୍ଚିଲା, ଏ ବିଷୟର ପରୀକ୍ଷା ନଭେମ୍ବର ୧୩ରେ ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ବୋଲି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ରହିଛି । ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍ ପ୍ରଭାବର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟମଧରଣର ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଛି । ବାତ୍ୟା ବୁଲ୍ବୁଲ୍ର ଗତି ବର୍ତ୍ତମାନ ଘଣ୍ଟା ପ୍ରତି ୧୩ କିମି ରହିଥିବାବେଳେ ଆସନ୍ତା କାଲି ୭୦ରୁ ୯୦ କିମି ବେଗରେ ବହିବ ବୋଲି ଆକଳନ କରାଯାଇଛି । ସେହିପରି ବାତୃ୍ୟାର ପ୍ରଭାବରେ ଓଡ଼ିଶାରେ କିଛି ରହିବ ବୋଲି ପାଣିପାଗ ବିଭାଗ ଆଶାଙ୍କା କରିଥିବାବେଳେ ୯ଟି ଜିଲ୍ଲାରେ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି ।