ଭୁବନେଶ୍ୱରେରୁ ଯାତ୍ରୀଙ୍କୁ ନେଇ ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିବା ଏୟାର ଇଣ୍ଡିଆର ବାମ ପାର୍ଶ୍ୱର ଇଞ୍ଜିନରେ ନିଆଁ ଲାଗିଛି । ଭୁବନେଶ୍ୱରରୁ ଉଡାନ ଭରିବାର ୩୦ ମିନିଟ ପରେ ମଝି ଆକାଶରେ ବିମାନରେ କୌଣସି କାରଣରୁ ନିଆଁ ଲାଗିଥିଲା । ବିମାନ ଚାଳକ ଏହା ଜାଣିବା ପାରେ ନିକଟସ୍ଥ ବିମାନ ବନ୍ଦର ରାୟପୁର ସହ ସମ୍ପର୍କ କରି ଜରୁରୀ ଅବତରଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ନିଆଁ କିପରି ଏବଂ କେଉଁ ପରିସ୍ଥିତିରେ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।