ଶନିବାର ସୁପ୍ରିମ୍କୋର୍ଟରେ ଅଯୋଧ୍ୟା ରାୟ ପ୍ରକାଶ ପାଇବ । ଲଗାତାର 40 ଦିନର ଶୁଣାଣି ପରେ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ କରିବେ । ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ସମେତ ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ଅବ୍ଦୁଲ ନାଜୀର ସାମିଲ ଅଛନ୍ତି । ରାୟ ପ୍ରକାଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍ କରି ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି । ଦେଶବାସୀଙ୍କୁ ଆହ୍ୱାନ କରୁଛି, ଅଯୋଧ୍ୟା ରାୟ ପରେ ଶାନ୍ତି ଏବଂ ଭାଇଚାରାର ପରମ୍ପରାକୁ ଆମେ ଅକ୍ଷୁର୍ଣ୍ଣ ରଖନ୍ତୁ । ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ଭାଇଚାରାର ବାତାବରଣ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ରାୟ ଆସିବା ପରେ ଆମେ ଏହି ସଦ୍ଭାବନା କାଏମ ରଖିବା ଉଚିତ ବୋଲି ମୋଦି କହିଛନ୍ତି ।