ବାତ୍ୟ ବୁଲ୍ବୁଲ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଉପକୂଳ ଅଞ୍ଚଳରେ ବର୍ଷାର ପ୍ରକୋପ ବଢିବାରେ ଲାଗିଛି । ଭଦ୍ରକର ଧାମରାରେ ପବନର ବେଗ ବଢିବା ସହିତ ଦୁଇଟି ମାଛଧରା ବୋଟ ବୁଡିଯିବାରୁ 9 ଜଣ ନିଖୋଜ ହୋଇଥିଲେ । ନିଖୋଜଙ୍କ ମଧ୍ୟରୁ ଗୋଟିଏ ବୋଟର 8ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ବୋଟରେ ଜଣଙ୍କର ପ୍ରାଣହାନି ଘଟିଛି । ଧାମରାର ତାଳଚୁଆରେ ପ୍ରବଳ ପବନ କାରଣରୁ ବୋଟରୁ ଖସି ପଡି ଯୁବକ ପ୍ରାଣ ହରାଇଥିବା ଜଣାପଡିଛି । ଏହି ସମୟ ମଧ୍ୟରେ ପାରାଦୀପ ଠାରେ ସର୍ବାଧିକ 159 ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ଚାନ୍ଦବାଲିରେ 143 ମିମି ଏବଂ ବାଲେଶ୍ୱରରେ 32 ମିମି ବର୍ଷା ରେକର୍ଡ଼ ହୋଇଛି ।