ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ କରାଯାଇଛି । ଲଗାତାର 40 ଦିନର ଶୁଣାଣି ପରେ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ 1 ନମ୍ବର କୋର୍ଟରେ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମାମଲାର ରାୟ ପଢୁଥିବା ବେଳେ ନିର୍ମୋହୀ ଆଖଡା ଏବଂ ସିଆ ଓ୍ବାକଫ୍ ବୋର୍ଡର ପିଟିସନ୍ ଖାରଜ କରାଯାଇଛି । ସିଆ ଓ୍ବାକଫ୍ ବୋର୍ଡର ସିଙ୍ଗଲ ଲିଭ୍ ପିଟିସନ୍ ଖାରଜ କରାଯାଇଥିବା ବେଳେ ନିର୍ମୋହୀ ଆଖଡା ସେବାୟତ ହୋଇନଥିବାରୁ ନିର୍ମୋହୀ ଆଖଡାର ପିଟିସନ୍ ମଧ୍ୟ ଖାରଜ କରାଯାଇଛି ।