ବାତ୍ୟା ବୁଲ୍ବୁଲ୍ ନେଇ ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ପାରାଦୀପଠୁ ୯୫ କିମି ଦୂରରେ ରହିଛି ’ବୁଲ୍ବୁଲ୍’ । ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଛି ’ବୁଲ୍ବୁଲ୍’ । ଆଜି ଅପରାହ୍ନ ୫ଟରୁ ରାତି ୧୦ଟା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି । ବୁଲ୍ବୁଲ୍ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କଲାଣି । ବୁଲ୍ବୁଲ୍ ପ୍ରଭାବରେ ଆଉ ୪ରୁ ୫ ଘଣ୍ଟା ଯାଏଁ ବର୍ଷା ଜାରି ରହିବ ବୋଲି ସୂଚନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକରେ ବର୍ଷାର ପରିମାଣ ବଢିପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି ।