ଗତ କାଲି ବହୁ ଚର୍ଚ୍ଚିତ ଅଯୋଧ୍ୟା – ବାବ୍ରୀ ମସ୍ଜିଦ୍ ଜି ବିବାଦ ଉପରେ ନିଷ୍ପତ୍ତି ଆସିସାରିଥିବାବେଳେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ପ୍ରତିକ୍ରିୟା ଆସୁଛି । କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଟୁଇଟ୍ ଜରିଆରେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । କିନ୍ତୁ ଏହା ସହିତ ଏକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ଦିଗ୍ବିଜୟ କହିଛନ୍ତି ଯେ, ନ୍ୟାୟାଳୟ ବାବ୍ରି ମସଜିଦ୍ ଭାଙ୍ଗିବାକୁ ବେଆଇନ୍ ବୋଲି କହିଛନ୍ତି, ତେବେ ଏହି ଘଟଣାରେ ଦୋଷୀଙ୍କୁ ସଜ୍ଜା କ’ଣ ମିଳିବ ବୋଲି ପ୍ରଶ୍ନ କରିଛନ୍ତି । କଂଗ୍ରେସ ନେତା ଟୁଇଟ୍ରେ କହିଛନ୍ତି ଯେ, ରାମ ଜନ୍ମଭୂମିର ନିର୍ଣ୍ଣୟକୁ ସମେସ୍ତ ସମ୍ମାନ କଲେ । କଂଗ୍ରେସ ସର୍ବଦା ସମସ୍ତ ବିବାଦର ସମାଧାନା ସମ୍ବିଧାନ ସ୍ଥାପିତ କାନୁନ୍ ଓ ନିୟମ ଭିତରେ ଖୋଜିବାକୁ କହିଥାଏ । ବିଧ୍ବଂସ ଓ ହିଂସାର ରାସ୍ତା କାହାରି ହିତରେ ନୁହେଁ । ମାନନୀୟ ଉଚ୍ଚତମ ନ୍ୟାୟାଳୟ ରାମଜନ୍ମ ଭୂମି ନିଷ୍ପତ୍ତିରେ ବାବ୍ରୀ ମସ୍ଜିଦ୍କୁ ଭାଙ୍ଗିବାକୁ ବେଆଇନ୍ ବୋଲି ଗ୍ରହଣ କରିଛନ୍ତି । ତେବେ ଦୋଷୀଙ୍କୁ ଦଣ୍ଡ କ’ଣ ମିଳିବ ? ଦେଖିବା ୨୭ ବର୍ଷ ହୋଇଗଲାଣି । ସୁପ୍ରିମ୍କୋର୍ଟ ଶନିବାର ଅଯୋଧ୍ୟା ସମ୍ପର୍କରେ ନିଷ୍ପତ୍ତି ଶୁଣାଇବାବେଳେ ବାବ୍ରି ମସଜିଦ୍ ସମ୍ପର୍କରେ ମଧ୍ୟ କହିଛନ୍ତି । ନ୍ୟାୟାଳୟ ନିଜ ନିଷ୍ପତ୍ତିରେ ୧୯୩୪ରେ ମସଜିଦ୍କୁ କ୍ଷତି ପହଞ୍ଚାଇବା, ୧୯୪୯ରେ ଅପବିତ୍ର କରିବା ଓ ୧୯୯୨ରେ ମସିଜଦ୍କୁ ଭାଙ୍ଗିବାକୁ ବେଆଇନ କହିଛନ୍ତି ।