ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋଠାରେ ଏକ ବସ୍ ଏକ ଟ୍ରକ୍କୁ ପଛପଟରୁ ଧକ୍କା ଦେବାରୁ 13 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସକାଳ ପ୍ରାୟ 9ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ‘ନୁରାନି’ ନାମକ ଏହି ବସ୍ ଚନ୍ଦନେଶ୍ୱରରୁ ଜଳେଶ୍ୱର ଯାଉଥିବା ସମୟରେ ବସ୍ଟି ଚଳନ୍ତା ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।