ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ସିରିଜ୍ରେ ଭାରତ ବିଜୟୀ ହୋଇଛି । ସିରିଜ୍ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିବା ଦୀପକ ଚହର ହ୍ୟାଟ୍ରିକ୍ ସହିତ 7 ରନ୍ ବିନିମୟରେ ଭାରତ 6 ଓ୍ବିକେଟ୍ ଅକ୍ତିଆର କରିବା ସହିତ ଭାରତ 30 ରନ୍ରେ ବିଜୟୀ ହୋଇଥିଲା । ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 174 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଶ୍ରେୟସ୍ ଆୟାର (62) ଏବଂ କେ ଏଲ୍ ରାହୁଲ୍(52) ଅର୍ଦ୍ଧଶତକ ହାସଲ କରିଥିଲେ । 175 ରନ୍ର ବିଜୟ ଲକ୍ଷ୍ୟ ନେଇ ବାଂଲାଦେଶ 12 ରନ୍ରେ ଦୁଇଟି ଓ୍ବିକେଟ ହରାଇଥିବା ବେଳେ ମହମ୍ମଦ ନଇମ୍(81) ଏବଂ ମହମ୍ମଦ ମିଥୁନ୍(27) 98 ରନ୍ର ଭାଗିଦାରୀ କରି ବିଜୟ ଦିଗରେ ଅଗ୍ରସର ହେଉଥିବା ବେଳେ ଶିବମ ଦୁବେ ଲଗାତାର ବଲ୍ରେ ନଇମ୍(81) ଏବଂ ଆଫିଫ୍ ହୋସେନ୍ଙ୍କୁ ଆଉଟ୍ କରି ଭାରତ ସପକ୍ଷକୁ ମ୍ୟାଚ୍କୁ ଆଣିଥିଲେ । ଏହାପରେ ଦୀପକ ଚହର ହ୍ୟାଟ୍ରିକ୍ ହାସଲ କରିବା 7/6ର ଫିଗର ହାସଲ କରି ଦଳକୁ ବିଜୟୀ କରିଥିଲେ । ଦୀପକ ଚହରଙ୍କୁ ମ୍ୟାଚ୍ ଏବଂ ସିରିଜ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।