ଆସନ୍ତାକାଲି ଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଆଜି ବାଚସ୍ପତି ବିଧାନସଭା ପେପର ଲେସ୍ ହେବାକୁ ନେଇ ସୂଚନା ଦେଇଛନ୍ତି । ଏଣିକି ବିଧାୟକମାନେ ଆପ୍ ଜରିଆରେ ପ୍ରଶ୍ନ ପଚାରିବେ ।ଏଣିକି ତାରକା, ଅଣତାରକା ପ୍ରଶ୍ନ ଓ ଉତ୍ତର ମିଳିବ ଏକ ‘ଆପ୍’ରେ । ନୋଭା ଆପ୍ଲିକେଶନ ନାମକ ଏକ ଆପ୍ ଜରିଆରେ ବିଧାୟକମାନେ ପ୍ରଶ୍ନ ପଚାରିପାରିବେ । ପ୍ରଶ୍ନ ଓ ଉତ୍ତର ପାଇଁ ଅନ୍ଲାଇନ୍ରେ ଆବେଦନ କରିବେ ବିଧାୟକ। ଖୁବଶୀଘ୍ର ଓ୍ବାଇଫାଇ ହେବ ବିଧାନସଭା, ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଇ- ବିଧାନସଭା ପାଇଁ ଅତିରିକ୍ତ ବଜେଟ୍ରେ ବି ବ୍ୟୟବରାଦ ହୋଇଛି ।