ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ନୀରବତା କାରଣରୁ ଆପ୍ ପକ୍ଷରୁ କଂଗ୍ରେସକୁ ସମାଲୋଚନା କରାଯାଉଛି । ଆପ୍ ନେତ୍ରୀ ପ୍ରୀତି ଶର୍ମା ମେନନ କଂଗ୍ରେସ ଦଳର ନେତାମାନଙ୍କୁ ସମାଲୋଚନା କରି ଏକ ଟ୍ବିଟ୍ କରିଛନ୍ତି । କଂଗ୍ରେସ ଦଳର ନେତାମାନେ ରାଷ୍ଟ୍ର ଅପେକ୍ଷା ଦଳକୁ ଭଲ ପାଇଥାନ୍ତି । ଏହି କାରଣରୁ ମହାରାଷ୍ଟ୍ରକୁ ଏକ ପ୍ଲେଟ୍ରେ ସେମାନେ ବିଜେପକୁ ହସ୍ତାନ୍ତର କରିଛନ୍ତି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ନେତାମାନେ ଏନ୍ସିପି ଏବଂ ଶିବସେନା ମେଣ୍ଟକୁ ସହାୟତା କରିବା ଉଚିତ୍ ମାତ୍ର ଲୋକସଭା ନିର୍ବାଚନ ପରି କଂଗ୍ରେସ ପୁନର୍ବାର ବିଜେପିର ସହାୟତା କରୁଛି ବୋଲି ଶର୍ମା ଅଭିଯୋଗ କରିଛନ୍ତି ।