ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର: 13 Nov ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବାରୁ ଫିଲାନଥ୍ରୋପିଷ୍ଟ, ଶିକ୍ଷାଦ୍ୟୋଗୀ ତଥା ମହିଳା ଉଦ୍ୟୋଗୀ ନୀତା ଅମ୍ବାନିଙ୍କୁ ନ୍ୟୁୟର୍କ ସ୍ଥିତ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟ ର ବୋର୍ଡରେ ସାମିଲ କରାଯାଇଛି। ସର୍ବାଧିକ ଲୋକ ପରିଦର୍ଶନ କରୁଥିବା ବିଶ୍ୱର ସର୍ବବୃହତ ମ୍ୟୁଜିୟମ ଭାବେ ଜଣାଶୁଣା ଏହି ସଂଗ୍ରହାଳୟର ଅଧ୍ୟକ୍ଷ ଡାନିଏଲ୍ ବ୍ରୋଡ୍ସ୍କି କହିଛନ୍ତି ଯେ ନୀତା ଅମ୍ବାନିଙ୍କୁ ଅବୈତନିକ ଟ୍ରଷ୍ଟି ଭାବେ ଘୋଷଣା କରାଯାଇଛି। ମଙ୍ଗଳବାର ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ବୋର୍ଡର ବୈଠକରେ ତାଙ୍କୁ ନିର୍ବାଚିତ କରାଯାଇଛି ଏବଂ ଏହିଭଳି ସ୧ାନର ଅଧିକାରିଣୀ ହେବାରେ ସେ ପ୍ରଥମ ଭାରତୀୟ। ସଂଗ୍ରହାଳୟର ବୋର୍ଡକୁ ନୀତା ଅମ୍ବାନିଙ୍କୁ ସ୍ୱାଗତ କରି ଶ୍ରୀଯୁକ୍ତ ବ୍ରୋଡ୍ସ୍କି କହିଛନ୍ତି ଯେ, “ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏବଂ ଦି ମେଟ୍ ପ୍ରତି ତାଙ୍କ ପ୍ରତିବଦ୍ଧତା ବାସ୍ତବରେ ଉଲ୍ଲେଖନୀୟ। ତାଙ୍କ ସହଯୋଗରେ ବିଶ୍ୱର କୋଣ ଅନୁକୋଣର କଳାକୁ ସର୍ବେକ୍ଷଣ କରିବା ଓ ପ୍ରଦର୍ଶିତ କରିବାରେ ସଂଗ୍ରହାଳୟର ଦକ୍ଷତା ବୃଦ୍ଧି ପାଇବ।’’