ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର-ନଭେମ୍ବର 13 ଓଡିଶାରେ ଘଟିଯାଇଥିବା ବୁଲବୁଲ ବାତ୍ୟାର କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି ସାତ ଜଣିଆ କେନ୍ଦ୍ରୀୟ ଟିମ। ଗୃହ ବିଭାଗର ଯୁଗ୍ନ ସଚିବ ସାହିଲ ଘୋଷ ରାୟଙ୍କ ଅଧ୍ୟକ୍ଷତାରେ ଏହି ଟିମ ଆସୁଛନ୍ତି। ଏହି ଟିମରେ ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ କେନ୍ଦ୍ର ଶକ୍ତି ବିଭାଗର ମୁଖ୍ୟଯନ୍ତ୍ରୀ ବନ୍ଦନା ସିଙ୍ଘଲ, ବ୍ୟୟ ବିଭାଗର ପରାମର୍ଶଦାତା ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ବିଭାଗର ଉପସଚିବ ଏସ.ଏସ. ମୋଦୀ, ସିଡବ୍ଲୁସି ଓଡିଶାର ସୁପରିଟେଣ୍ଡଣ୍ଟ ଇଂଜିନିୟର ଅମରିଶ ପାଲ ସିଂ , ପାଟନା କୃଷି ବିଭାଗର ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ ଏବଂ କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ଓଡିଶା ମୁଖ୍ୟ ସୁନୀଲ କୁମାର ଅଛନ୍ତି। ଏହି ଦଳ ପ୍ରଥମେ ବାତ୍ୟା କ୍ଷତିଗସ୍ତ ଭଦ୍ରକ ଜିଲ୍ଲାକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଗୋଟିଏ ଦିନ ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବେ। ଏହାପରେ 15 ତାରିଖରେ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନ ମଧ୍ୟ ଗସ୍ତ କରିବେ। ସେହିଦିନ ଏହି ଟିମ ଭୁବନେଶ୍ବର ଫେରିଆସି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରି ଦିଲ୍ଲୀ ଫେରିଯିବେ। ଏହି ଟିମ ଓଡିଶାରେ ବାତ୍ୟା ଜନିତ କ୍ଷୟକ୍ଷତିର ଏକ ବିସ୍ତୁତ ରିପୋର୍ଟ କେନ୍ଦ୍ର ସରକାରଙ୍କ ପ୍ରଦାନ କରିବେ।