ଗୁରୁବାର ଶୀର୍ଷ ଅଦାଲତ ରାହୁଲ ଗାନ୍ଧୀଙ୍କ ନିସର୍ତ୍ତ କ୍ଷମାପ୍ରାର୍ଥନାକୁ ମଞ୍ଜୁର କରିଛନ୍ତି। ସେ ରାଫେଲ୍ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍ ହୈ’ ମନ୍ତବ୍ୟ ଦେଇଥିଲେ। ସାମ୍ବିଧାନିକ ପଦ ପଦବୀରେ ଅବସ୍ଥାପିତ ହୋଇଥିବା ଲୋକଙ୍କୁ ଏଭଳି କିଛି ମନ୍ତବ୍ୟ ଦେବା ପୂର୍ବରୁ ସାବଧାନ ରହିବା ନିତାନ୍ତ ଜରୁରୀ ବୋଲି ଶୀର୍ଷ ଅଦାଲତ କହିଛନ୍ତି । ସୂଚନାଯୋଗ୍ୟ, ୧୦ ଏପ୍ରିଲ୍ରେ ରାହୁଲ ରାଫାଲ୍ ମାମଲାରେ ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍ ହୈ’ ମନ୍ତବ୍ୟ ଦେଇଥିଲେ। ଏନେଇ ବିଜେପି ସଦସ୍ୟ ମୀନାକ୍ଷୀ ଲେଖୀ ସୁପ୍ରିମ୍ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଥିଲେ। ଅପ୍ରେଲ୍ ୨୩ ତାରିଖରେ ସୁପ୍ରିମ୍କୋର୍ଟ ରାହୁଲ୍ ଗାନ୍ଧିଙ୍କ ବିରୋଧରେ ଅଦାଲତ ଅବମାନନାର ନୋଟିସ୍ ଜାରି କରିଥିଲେ ।