ପୋଲିସ୍ ଅଫିସର୍ ଶିବାନୀ ଶିବାଜୀ ରୟ ଭୂମିକାରେ ସିଲ୍ଭର ସ୍କ୍ରିନ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଣୀ ମୁଖାର୍ଜୀ । ୟଶରାଜ ଫିଲ୍ମସର ଏହି ଫିଲ୍ମରେ କୋଟାର ଜଣେ ସାଇକୋ ସିରିଏଲ କିଲରକୁ ନେଇ ଗତିଶୀଳ ହୋଇଛି । ଫିଲ୍ମର ପ୍ରଥମ ଭାଗଟି ମୁମ୍ବାଇ ଏବଂ ଦିଲ୍ଲୀରେ ସୁଟିଂ ହୋଇଥିବା ବେଳେ ମାନବ ଚାଲାଣ ଫିଲ୍ମର ପୃଷ୍ଠଭୂମି ରହିଥିଲା । ଏହି ଫିଲ୍ମରେ ଦୁଷ୍କର୍ମ ଏବଂ ହତ୍ୟା ପୃଷ୍ଠଭୂମି ଉପରେ ଆଧାରିତ । ଫିଲ୍ମର ଖଳନାୟକଙ୍କ ଚରିତ୍ରକୁ ଗୋପନ ରଖାଯାଇଥିବା ବେଳେ ଏହି ଚରିତ୍ରଟି ଅତ୍ୟନ୍ତ ଭୟଙ୍କର ଭାବରେ ଚିତ୍ରଣ କରାଯାଇଛି । ଟ୍ରେଲରରେ ଖଳନାୟକ ଚରିତ୍ରର ମୁହଁ ଦେଖାଇନଥିବା ବେଳେ ସେ ଜଣେ ନବାଗତ ବୋଲି ରାଣୀ କହିଛନ୍ତି । ଫିଲ୍ମଟି ଆକ୍ସନ୍ ଥ୍ରୀଲର ଶ୍ରେଣୀର ହୋଇଥିବା ବେଳେ ଗୋପୀ ପୁଥରାନ୍ ଫିଲ୍ମର କାହାଣୀ ଲେଖିବା ସହିତ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଆସନ୍ତା ଡିସେମ୍ବର 13 ତାରିଖରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି ।