ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ଉପ ନିର୍ବାଚନ ପାଇଁ ନିଜର ୧୩ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଆସନ୍ତା ୫ ତାରିଖରେ ଏହି ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ଭିତରେ ରହିଛନ୍ତି ସୁଧାକର, ବିସିପାଟିଲ୍, ଶିବରାମ ହେବ୍ବର, ଆନନ୍ଦ ସିଂହ, ଏସଟି ସୋମଶେଖର ଆଦି ସାମିଲ୍ ରହିଛନ୍ତି । ଏହି ସମସ୍ତ ପ୍ରାର୍ଥୀ କଂଗ୍ରେସ ଏବଂ ଜେଡିଏସ୍ର ବିଦ୍ରୋହୀ ବିଧାୟକ ଥିଲେ । ସୂଚନାଯୋଗ୍ୟ, କର୍ଣ୍ଣାଟକର ୧୭ ବିଦ୍ରୋହ ବିଧାୟକଙ୍କ ମଧ୍ୟରୁ ୧୫ଜଣ ଆଜି ବିଜେପିରେ ସାମିଲ୍ ହୋଇଥିଲେ । ପୂର୍ବରୁ ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କୁ ନିର୍ବାଚନ ଲଢିବା ନେଇ କ୍ଲିନ ଚିଟ୍ଟ୍ ଦେଇଥିଲେ ।