ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କର ଶୁକ୍ରବାର ଥିଲା ଶେଷ କାର୍ଯ୍ୟଦିବସ। ଏହି ଅବସରରେ ତାଙ୍କୁ ସୁପ୍ରିମକୋର୍ଟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ନଭେମ୍ବର ୧୭ରେସେ ଅବସର ଗ୍ରହଣ କରିବେ। ନଭେମ୍ବର ୧୮ରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ନିଜ କାର୍ଯ୍ୟକାଳର ଶେଷ ଦିନରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କିଛି ସମୟ ପାଇଁ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଭାର ସମ୍ଭାଳିଥିଲେ। ପରମ୍ପରା ଅନୁସାରେ ସିଜେଆଇ ଗୋଗୋଇ ନିଜ ଉତ୍ତରାଧିକାରୀ ବିଚାରପତି ଏସ୍.ଏ. ବୋବଡେଙ୍କ ସହ କୋର୍ଟରେ ବସିଥିବାବେଳେ ଏହି ସମୟରେ ମାତ୍ର ୩ମିନିଟ୍ରେ ସେ ୧୦ଟି ମାମଲାରେ ନୋଟିସ ଜାରି କରିଥିଲେ । ଶାବରୀମାଲା, ରାଫେଲ୍, ଅଯୋଧ୍ୟା ପରି ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ବିଚାରପତି ରଞ୍ଜନ ଗୋଗେଇ ।