ଶୀତକାଳୀନ ଅଧିବେଶର ଚତୁର୍ଥ ଦିନରେ ଗୃହରେ ସରକାରୀ ପୁସ୍ତକରେ ମହାତ୍ମା ଗାନ୍ଧିଙ୍କ ମୃତ୍ୟୁର ଭୁଲ ତଥ୍ୟ ନେଇ ବିବୃତ୍ତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଘଟଣାକୁ ବିଭ୍ରାନ୍ତ ଓ ପରିବର୍ତ୍ତନ କରି ଦର୍ଶାଇବା ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ଵାରା ମୁଦ୍ରିତ ଏକ ପ୍ରଚାରପତ୍ରିକା ନେଇ ଗତକାଲି ଗୃହ ସରଗରମ ରହିଥିଲା । ଏହି ସରକାରୀ ପୁସ୍ତକରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଘଟଣା ବୋଲି ଲେଖାଯାଇଛି । ପୁନଃମୁଦ୍ରଣ କରାଯାଇ ପୁଣି ଥିରେ ଲିଫଲେଟ୍ ବଣ୍ଟାଯିବ । ସେହି ଲିଫଲେଟ ପ୍ରସ୍ତୁତିରେ ସମ୍ପୃକ୍ତ କର୍ମଚାରୀଙ୍କୁ ସେବା ନିବୃତ୍ତ କରାଯିବ । ଏହି ଘଟଣାରେ 2 ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।