ଡିସେମ୍ୱର 22 ତାରିଖରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦିନିକିଆ ମ୍ୟାଚ ପାଇଁ ଡିସେମ୍ୱର 5 ତାରିଖରୁ ଅନଲାଇନରେ ଟିକେଟ ବିକ୍ରି ହେବ । ସେହପରି ଡିସେମ୍ୱର 19ରେ ଷ୍ଟାଡିୟମ କାଉଣ୍ଟରରୁ ଟିକେଟ ବିକ୍ରି କରାଯିବ । ସୁରକ୍ଷା ମିଟିଂ ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏବଂ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି ।