Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ : ଇନିଂସ ଓ 130 ରନ୍‌ରେ ଜିତିଲା ଭାରତ
ଆଜିର ଖବର

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ : ଇନିଂସ ଓ 130 ରନ୍‌ରେ ଜିତିଲା ଭାରତ

November 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଏକ ଇନିଂସ ଏବଂ 130 ରନ୍‌ରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତ 493/6 ରେ ଇନିଂସ ଘୋଷଣା କରିଥିବା ବେଳେ ବାଂଲାଦେଶ 213 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇ ଏକ ଇନିଂସ ଏବଂ 130 ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବାଂଲାଦେଶ ପ୍ରଥମ ଇନିଂସରେ ମାତ୍ର 150 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଜବାବରେ ଭାରତ ପ୍ରଥମ ଇନିଂସରେ 493/6ରେ ଇନିଂସ ଘୋଷଣା କରିଥିଲା । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ(243) ରନ୍‌ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ(86), ରବୀନ୍ଦ୍ର ଜାଡେଜା(67) ଏବଂ ଚେତେଶ୍ବର ପୂଜାରା (54) ରନ୍‌ ସଂଗ୍ରହ କରିଥିଲେ । ଭାରତ 343 ରନ୍‌ରେ ଅଗ୍ରଣୀ ହାସଲ କରିଥିବା ବେଳେ ଦ୍ବିତୀୟ ଇନିଂସରେ ବାଂଲାଦେଶ ମାତ୍ର 213 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ବାଂଲାଦେଶ ପକ୍ଷରୁ ମୁସଫିକର ରହିମ୍‌ ସର୍ବାଧିକ 64 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି 31 ରନ୍‌ରେ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଦ୍ବିତୀୟ ସଫଳତମ ବୋଲର ଭାବରେ ରବିଚନ୍ଦ୍ରନ ଅଶ୍ବିନ୍‌ 42 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଉମେଶ ଯାଦବ 2ଟି ଏବଂ ଇଶାନ୍ତ ଶର୍ମା ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ଥାନ: ଗିରଫ ହେଲା ନୂତନ ISI ଗୁପ୍ତଚର, ପାକିସ୍ତାନକୁ ଦେଉଥିଲା ଗୁପ୍ତ ସୂଚନା

September 25, 2025

‘ଏକ ଦିନ-ଏକ ସାଥ-ଏକ ଘଣ୍ଟା’ କାର୍ଯ୍ୟକ୍ରମ ସହିତ ସ୍ୱଚ୍ଛତା ହିଁ ସେବା-୨୦୨୫ ଅଭିଯାନ ଜାରି

September 25, 2025

ସ୍ୱାସ୍ଥ୍ୟ ସେବାରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ: ସୋଆ ଉପସଭାପତି

September 25, 2025

ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!: ବିସିସିଆଇ ଦାଖଲ କଲା ଅଭିଯୋଗ

September 25, 2025
Latest News

ରାଜସ୍ଥାନ: ଗିରଫ ହେଲା ନୂତନ ISI ଗୁପ୍ତଚର, ପାକିସ୍ତାନକୁ ଦେଉଥିଲା ଗୁପ୍ତ ସୂଚନା

September 25, 2025

ସୋନମ ୱାଙ୍ଗଚୁକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ: ଏନଜିଓର ବିଦେଶୀ ପାଣ୍ଠି ଲାଇସେନ୍ସକୁ ବାତିଲ କଲା କେନ୍ଦ୍ର

September 25, 2025

ଓଡ଼ିଶାକୁ 1,700 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେବେ ପ୍ରଧାନମନ୍ତ୍ରୀ

September 25, 2025

‘ଏକ ଦିନ-ଏକ ସାଥ-ଏକ ଘଣ୍ଟା’ କାର୍ଯ୍ୟକ୍ରମ ସହିତ ସ୍ୱଚ୍ଛତା ହିଁ ସେବା-୨୦୨୫ ଅଭିଯାନ ଜାରି

September 25, 2025

ସ୍ୱାସ୍ଥ୍ୟ ସେବାରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ: ସୋଆ ଉପସଭାପତି

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.