ଗତକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ୍ ଏସ୍ ଏ ବୋବଡେ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୋବଡେଙ୍କୁ ଶପଥ ପାଠ କରାଇଥିଲେ । ସୋମବାର ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର 47 ତମ ମୁଖ୍ୟ ବିଚାରପତି ଭାବରେ ବୋବଡେ ଶପଥ ଗ୍ରହଣ କରିଛନ୍ତି । 2000 ମସିହାରେ ବମ୍ବେ ହାଇକୋର୍ଟରେ ସହକାରୀ ବିଚାରପତି ଭାବରେ ଯୋଗ ଦେଇଥିଲେ ବୋବଡେ । ଅକ୍ଟୋବର 2012ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା ସହିତ 2013ରେ ସୁପ୍ରିମୋକୋର୍ଟରେ ବିଚାରପତି ଦାୟିତ୍ବ ନିର୍ବାହ କରିଥିଲେ । ଆସନ୍ତା ଏପ୍ରିଲ 23, 2021 ପର୍ଯ୍ୟନ୍ତ ବୋବଡେ ମୁଖ୍ୟ ବିଚାରପତି ଭାବରେ ଅବସ୍ଥାନ କରିବେ ।