ଅପକମିଙ୍ଗ ବଲିଉଡ୍ ଫିଲ୍ମ ତାନାଜୀର ନୂତନ ପୋଷ୍ଟର ରିଲିଜ୍ ହୋଇଛି । ତାନାଜୀ ମାଲୁସାରେଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ କାଜୋଲଙ୍କ ଚରିତ୍ର ସାବିତ୍ରୀ ବାଇ ମାଲୁସାରେଙ୍କ ପୋଷ୍ଟର ରିଲିଜ୍ କରାଯାଇଛି । ସୋମବାର ଅଜୟ ଦେବଗନ ଫିଲ୍ମର ନୂତନ ପୋଷ୍ଟର ରିଲିଜ୍ କରାଯାଇଛନ୍ତି । ପୋଷ୍ଟରରେ କାଜୋଲଙ୍କୁ ସମ୍ପୂର୍ଣ୍ଣ ମରାଠୀ ମହିଳା ଭୂମିକାରେ ଦେଖିବାକୁ ମିଳିଛି । ଏହା ସହିତ ପୋଷ୍ଟରରେ ଜଣଙ୍କୁ ମରାଠା ପତାକା ଧରିଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଫିଲ୍ମରେ ଅଜୟ ଦେବ୍ଗନ୍ ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ଚରିତ୍ରର ପୋଷ୍ଟର ରିଲିଜ୍ ହୋଇଥିଲା । ଏହି ଫିଲ୍ମଟି ଆସନ୍ତା 10 ଜାନୁୟାରୀ 2020ରେ ରିଲିଜ୍ ହେବାକୁ ଯାଉଛି ।