ଶିବସେନା ସହିତ ମେଣ୍ଟ ନେଇ ଅମିତ ଶାହା ଆଶାବାଦୀ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ପ୍ରକାଶ କରିଛନ୍ତି । ସଂସଦର ଶୀତକାଳୀନ ବୈଠକ ପୂର୍ବରୁ ଏନ୍ଡିଏର ବୈଠକ ଅବସରରେ ଶାହା ଏହା କହିଥିବା ନେଇ ଅଠାଓ୍ବଲେ ଏହି ସୂଚନା ଦେଇଛନ୍ତି । ମହାରାଷ୍ଟ୍ରରେ ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ସୃଷ୍ଟି ହେବା ସହିତ ମେଣ୍ଟ ଭାଙ୍ଗି ଯାଇଥିଲା । ସାମାଜିକ ନ୍ୟାୟ ବିଭାଗର ମନ୍ତ୍ରୀ ରହିଥିବା ଅଠାଓ୍ବଲେଙ୍କ ଏହି ମନ୍ତବ୍ୟ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ନୂତନ ଚର୍ଚ୍ଚା ଆସିଛି । ଉଭୟ ଦଳ ସରକାର ଗଠନ କରିବେ ମାତ୍ର 50-50 ଫର୍ମୁଲାରେ ସରକାର ଗଠନ ହେବ ନାହିଁ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।