ଦୁନିଆର ବିଶ୍ବସ୍ତ ପ୍ରାଣୀ କୁକୁର ହୋଇଥାଏ। ତେବେ କୁକୁରଙ୍କ ବିଶ୍ବସ୍ତତାର ଏକ ଅଲଗା ନଜର ଚେନ୍ନାଇଠାରେ ଦେଖିବାକୁ ମିଳିଛି । ଚେନ୍ନାଇର ପାର୍କ ଟାଉନ୍ ଷ୍ଟେସନ୍ଠାରେ ପଡି ରହୁଥିବା ବୁଲା କୁକୁର ଏବେ ଯାତ୍ରୀଙ୍କ ମଧ୍ୟରେ ଏକ କୌତହଳର ବିଷୟ ପାଲଟିଛନ୍ତି । ଷ୍ଟେସନରେ ରହୁଥିବା ବୁଲା କୁକୁର ସେହି ଯାତ୍ରୀମାନଙ୍କ ଉପରେ ଭୋକିଥା’ନ୍ତି, ଯେଉଁମାନେ ଷ୍ଟେସନରେ ପ୍ଲାଟର୍ଫମ ବଦଳିବା ସମୟରେ ରେଲ୍ଧାରଣା ପାର୍ କରିଥାନ୍ତି । ଏହି କୁକୁରମାନେ ସେହି ଯାତ୍ରୀମାନଙ୍କୁ ଉପରେ ଭୋକିଥା’ନ୍ତି, ଯେଉଁ ମାନେ ଟ୍ରେନ୍ରେ ଚଢିବା ବା ଉତ୍ତାରିବା ପାଇଁ ପ୍ଲାଟଫର୍ମରେ ସଠିକ୍ ରାସ୍ତାରେ ନ ଆସି ରେଳଧାରଣାକୁ ପାର୍ ହୋଇଥା’ନ୍ତି । ଏହି କୁକୁରମାନେ ଯାତ୍ରୀମାନଙ୍କର କୌଣସି କ୍ଷତି ପହଞ୍ଚାଇନଥା’ନ୍ତି ବରଂ ସେମାନଙ୍କୁ ସଚେତନ କରାଇଥାନ୍ତି । ଏହି କୁକୁର ରେଳବାଇ ପୋଲିସ୍ ସହିତ ମଧ୍ୟ ଯାତ୍ରା କରିଥା’ନ୍ତି ।