Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ର ମହାନାଟକରେ ଯବନିକା : ମୁଖ୍ୟମନ୍ତ୍ରୀ ଭାବରେ ଫଡନବିସ୍‌ଙ୍କ ଶପଥ ଗ୍ରହଣ,ବିଜେପି ଏନସିପି ସରକାର
ବିଶେଷ ଖବର

ମହାରାଷ୍ଟ୍ର ମହାନାଟକରେ ଯବନିକା : ମୁଖ୍ୟମନ୍ତ୍ରୀ ଭାବରେ ଫଡନବିସ୍‌ଙ୍କ ଶପଥ ଗ୍ରହଣ,ବିଜେପି ଏନସିପି ସରକାର

November 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Fadnavis sworn-in as Maha CM, Ajit Pawar as Dy CM

ମୁମ୍ବାଇ, 23/11 ( ଆଇଏଏନଏସ) : ମହାରାଷ୍ଟ୍ର ରାଜନୀତିର ମହାନାଟକରେ ଯବନିକା ପଡିଛି । ନିର୍ବାଚନ ଫଳାଫଳର ଏକ ମାସ ପରେ ମହାରାଷ୍ଟ୍ରକୁ ମିଳିଛି ଏହାର ମୁଖ୍ୟମନ୍ତ୍ରୀ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବେନ୍ଦ୍ର ଫଡନବିସ୍‌ ପରିଶେଷରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏନ୍‌ସିପି ସହିତ ମେଣ୍ଟ କରି ବିଜେପି ମହାରାଷ୍ଟ୍ରରେ ସରକାର ଗଠନରେ ସଫଳ ହୋଇଛି । ଫଡନବିସ୍‌ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବେଳେ ଏନ୍‌ସିପି ନେତା ଅଜିତ୍‌ ପଓ୍ବାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କ ଆମନ୍ତ୍ରଣରେ ରାତି ଅଧିଆ ଶପଥ ପାଠ କରିଥିଲେ ଉଭୟ ନେତା । ବର୍ତ୍ତମାନ ବିଧାନସଭାରେ ଫଡନବିସ୍‌ଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ । ଏହାର ଗୋଟିଏ ଦିନ ପରେ କ୍ୟାବିନେଟ ସଂପ୍ରସାରଣ ହେବ ବୋଲି ଫଡନବିସ୍‌ ସୂଚନା ଦେଇଛନ୍ତି ।

ନିର୍ବାଚନ ପରଠାରୁ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିଲା ଅଙ୍କକଷା। ତେବେ ନିକଟରେ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଥିଲା। ବିଜେପି ଏନସିପି ମେଣ୍ଟ ସରକାର ହେବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏଥିସହିତ ଖୋଦ ପ୍ରଧାନମନ୍ତ୍ରୀ ସଂସଦରେ ଏନସିପିକୁ ପ୍ରସଂଶା କରିବା ପରେ ଏହି ସନ୍ଦେହ ଆହୁରି ଦୃଢି ଭୂତ ହୋଇଥିଲା। ବର୍ତ୍ତମାନ ଏନସିପି ଓ ବିଜେପି ମେଣ୍ଟ ସରକାର ହେବା ପରେ ଏହା ସତ ବୋଲି ପ୍ରମାଣିତ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026
Latest News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.