ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଖେଳ ଓଲଟପାଲଟ ହୋଇଗଲା । ସାପ ଶିଡିର ଖେଳ ଭିତରେ ପୁଣି ଥରେ ମହାରାଷ୍ଟ୍ରର ରାଜନୀତି । ଅଜିତ୍ ପାଓ୍ବାରା ଉପ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ ପୁଣି ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ଼ ଆଣିଛନ୍ତି । ଏନ୍ସିପି ନେତା ଶରଦ ପାଓ୍ବାରା ବିଜେପିକୁ ସମର୍ଥନ ଦେଇ ରାତାରାତି ସରକାର ଗଢିଥିବାବେଳେ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ସଂଶୟ ଉପରୁ ଇତି ମଧ୍ୟରେ ପରଦା ଉଠିବାକୁ ଯାଉଛି । ଆସନ୍ତାକାଲି ଫ୍ଲୋର୍ ଟେଷ୍ଟ୍ ହେବାକୁ ଥିବାବେଳେ ଆଜି ଶରଦ ପାଓ୍ବାର ସରକାରରୁ ଇସ୍ତଫା ଦେଇ ରାଜନୀତିର ପଟ୍ଟ ପରିବର୍ତ୍ତନ କରିଛନ୍ତି । ବୁଧବାର ସନ୍ଧ୍ୟା ୫ଟାରେ ବିଜେପି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଥିବା ବେଳେ ଅଜିତ୍ ଇସ୍ତଫା ଦେବା ଏବେ ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି ।