Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହିଳାଙ୍କ ବିରୋଧରେ କହିବାକୁ ରାଜନେତା,ଲୋକ ପ୍ରତିନିଧି ଓ ସାମ୍ବାଦିକ-କାହାକୁ ବି ଲାଜ ଲାଗୁନାହିଁ, ଆଶ୍ଚର୍ଯ୍ୟ!! 
ବିଶେଷ ଖବର

ମହିଳାଙ୍କ ବିରୋଧରେ କହିବାକୁ ରାଜନେତା,ଲୋକ ପ୍ରତିନିଧି ଓ ସାମ୍ବାଦିକ-କାହାକୁ ବି ଲାଜ ଲାଗୁନାହିଁ, ଆଶ୍ଚର୍ଯ୍ୟ!! 

December 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ବିଧାନସଭା ଭିତରେ ବିରୋଧୀ ଦଳ ମନ୍ତ୍ରୀଙ୍କୁ ସମାଲୋଚନା କରିବାରେ କାହାର କିଛି କରିବାର ନାହିଁ। ସାମ୍ବାଦିକ ସମ୍ମିଳନୀରେ ରାଜନୈତିକ ପ୍ରତିପକ୍ଷ ଶାସକ ଦଳ ବିରୋଧରେ ଅଭିଯୋଗ ଆଣନ୍ତୁ, ତାହା ଗଣତନ୍ତ୍ର ଲାଗି ଶୁଭଂକର। ହେଲେ ସମାଲୋଚନା ଓ ଅଭିଯୋଗ ଯଦି କୌଣସି ମହିଳାଙ୍କର ବ୍ୟକ୍ତିଗତ ଚରିତ୍ର ଉପରେ ଆକ୍ଷେପ ହୋଇଥାଏ, ତାହେଲେ ତାହା କେବଳ ଅନୈତିକ ନୁହେଁ, ଅପରାଧ ମଧ୍ୟ। ଗତ ସପ୍ତାହରେ ଦୁଇଟି ଖବର ଆମ ନଜରକୁ ଆସିଛି ଆଉ ଦୁଇଟି ଯାକ ଖବରରେ ଆମର ସମାଜ ଏବେ ମଧ୍ୟ ମଧ୍ୟଯୁଗୀୟ ମାନସିକତାରେ ଥିବାର ପ୍ରମାଣ ଦେଉଛି। ପ୍ରଥମ ଖବର ସହିତ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାମ ଜଡିତ ଥିବା ବେଳେ ଦ୍ଵିତୀୟ ଖବରରେ ଜଗତସିଂପୁରର କେତେଜଣ କଲେଜ ପଢୁଆ ଝିଅଙ୍କ ନାମ ଜଡିତ ଅଛି। ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାଁରେ କଂଗ୍ରେସ ଦଳ ଏକ ଅଭିଯୋଗ ଆଣିଲା ଯେ, ସେ ଦୁଇଜଣ ମହିଳାଙ୍କୁ ସାଙ୍ଗରେ ନେଇ ହାଇଦ୍ରାବାଦ ର ଏକ ସରକାରୀ କାର୍ୟକ୍ରମକୁ ଯାଇଥିଲେ। ସରକାରୀ ଖର୍ଚ୍ଚରେ ଏହି ଦୁଇଜଣ ଭଦ୍ରମହିଳା ଯଦି ଯାଇଥିବେ, ତାହା ଭୁଲ। ତେବେ “ମନ୍ତ୍ରୀଙ୍କ ସହ ଦୁଇଜଣ ମହିଳା ଯାଇଥିଲେ”- ଏହା କଣ ପାପ ନା ଅପରାଧ? ଯେଉଁ ଦୁଇଜଣ ଭଦ୍ର ମହିଳା ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିଲେ, ସେମାନଙ୍କର ନିଜସ୍ଵ ସମ୍ମାନ ରହିଛି। ତାଙ୍କ ଫଟୋ ଓ ଭିଡିଓ କୁ ଭାଇରାଲ କରିବା ଏକ ଅପରାଧ ନୁହେଁ କି? ମନ୍ତ୍ରୀମାନେ ମହିଳାଙ୍କ ସାଙ୍ଗରେ ବସିବା ଏକ ଅପରାଧ ବୋଲି କେଉଁ ଆଇନ ବା ସାମାଜିକ ନିୟମରେ ଲେଖା ହୋଇଛି?

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏ ସମ୍ପର୍କରେ ଆଲୋଚନା କଲାବେଳେ ବିଧାନସଭାରେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସାମାନ୍ୟ ଶାଳୀନତା ମଧ୍ୟ ରହିଲା ନାହିଁ। ଦୁଇଜଣ ବେସରକାରୀ ଭଦ୍ର ମହିଳାଙ୍କର ଟିକଟ ଓ ରହଣୀ ବ୍ୟବସ୍ଥା କରିବା ହୁଏତ, ଅନୈତିକ ହୋଇପାରେ। ହେଲେ ସେ ଭଦ୍ରମହିଳାଙ୍କ ବିଷୟରେ ଯେଉଁ ପ୍ରକାର ଭାଷା ବ୍ୟବହାର କରାଗଲା, ତାହା ନିହାତି ଅସଭ୍ୟ ସମାଜରେ ହିଁ ଦେଖିବାକୁ ମିଳେ। ମାଁ-ଝିଅ ହୁଅନ୍ତୁ ବା ଦୁଇ ଭଉଣୀ ହୁଅନ୍ତୁ, ସେମାନେ ନିଜସ୍ଵ ପରିଚୟରେ ମହୀୟାନ। ତାଙ୍କ ଚରିତ୍ର ସଂହାର କରିବାର କୌଣସି ଅଧିକାର ବିଧାୟକ, ରାଜନୈତିକ ଦଳ, ସାମ୍ବାଦିକ ବା ସୋସିଆଲ ମିଡିଆ ତ୍ରୋଲଙ୍କର ନାହିଁ। ମନ୍ତ୍ରୀଙ୍କ ସହିତ ଏହି ଦୁଇ ଭଦ୍ର ମହିଳା ଲୁଚା ଚୋରାରେ ତ ଯାଇନାହାନ୍ତି। ସେଥିପାଇଁ ଓଟିଡିସି ଟିକଟ କରିଛି। ହେଲେ ଏହାର ପଇସା ସରକାର ପଇଠ କରିଛନ୍ତି ନା ଆଉ କିଏ ଦେଇଛି, ତାହା ସ୍ପଷ୍ଟ ନୁହେଁ। ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାରେ କହିଛନ୍ତି, ଏଥିପାଇଁ ସରକାର ଖର୍ଚ୍ଚ କରିନାହାନ୍ତି। ତାପରେ ଏହି କଥାର ଅର୍ଥ କଣ?

ମନ୍ତ୍ରୀ ତାଙ୍କ ସମ୍ପର୍କୀୟ ବା ତାଙ୍କ ବାନ୍ଧବୀଙ୍କ ସହ ଏକାଠି ଯିବା ଏକ ଅପରାଧ ବୋଲି ଏଣିକି ବିବେଚିତ ହେବ ବୋଧହୁଏ! ଏବେବି ମହିଳା ଓ ପୁରୁଷଙ୍କର ବନ୍ଧୁତାକୁ ଆମେ ସନ୍ଦେହ କରୁଛୁ କାହିଁକି? କଂଗ୍ରେସ ଭଳି ଏକ ପୁରୁଣା ଓ ପ୍ରଗତିଶୀଳ ବିଚାର ରଖୁଥିବା ଦଳ, ହଠାତ ଏତେ ମହିଳା ବିରୋଧୀ ହେବାର କାରଣ କଣ? ଆମେ ପୁଣିଥରେ ସ୍ପଷ୍ଟ କରିବାକୁ ଚାହୁଁ, ସରକାରୀ ଅର୍ଥର ଦୁରୁପଯୋଗ କୁ ନେଇ ପ୍ରଶ୍ନ ପଚାରିବାର ଅଧିକାର ବିରୋଧୀ ଦଳର ରହିଛି, ହେଲେ ବ୍ୟକ୍ତିଗତ ଚରିତ୍ର ସଂହାର ଓ ଦୁଇଜଣ ମହିଳାଙ୍କ ସ୍ବାଭିମାନକୁ ନେଇ କୁତ୍ସିତ ଟିପ୍ପଣୀ ଦେବା ଅତ୍ୟନ୍ତ ନିନ୍ଦନୀୟ।

ଦ୍ଵିତୀୟ ଖବରଟି ଆହୁରି ସାଂଘାତିକ। ଜଗତସିଂପୁରର ଏକ ଗେଷ୍ଟ ହାଉସରୁ କିଛି ଯୁବକ ଯୁବତୀ ପ୍ରେମ କରୁଥିବା ବେଳେ ପୋଲିସ ଧରିଥିବାର ଖବର ମିଳିଛି। କଣ ପ୍ରେମ କରିବା ମଧ୍ୟ ଅପରାଧ? ରାଇଟ୍ସ ଟୁ ପ୍ରାଇଭେସି ଏକ ମୌଳିକ ଅଧିକାର ବୋଲି ସୁପ୍ରିମ କୋର୍ଟ କହି ସାରିବା ପରେ ଏହାକୁ ନେଇ ପୋଲିସ ତାମସା କରୁଛି କାହିଁକି? ଏହି ଯୁବତୀମାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଓ ସେମାନଙ୍କ ଚରିତ୍ରକୁ ଆକ୍ଷେପ କରି ବହୁ ପ୍ରକାର ଟୀକା ଟିପ୍ପଣୀ ଦିଆଯାଉଛି। ଏଥିଲାଗି ପୋଲିସ ବିଭାଗ ବିରୋଧରେ ମାମଲା ହେବା ଉଚିତ। କେଉଁ ଅପରାଧରେ ଏହି ଯୁବକ ଯୁବତୀଙ୍କର ଫଟୋ ଉଠାଇବାର ସୁଯୋଗ ପୋଲିସ ଦେଇଛି? ଯେଉଁ ସାମ୍ବାଦିକମାନେ ଓ ସମ୍ପାଦକମାନେ ଏହି ଖବର ଛାପିଛନ୍ତି, ସେମାନଙ୍କର ସାମାନ୍ୟତମ ସଭ୍ୟତା ଜ୍ଞାନ ନାହିଁ ବୋଲି କୁହାଯାଇପାରିବ।

ଅନେକ ସମୟରେ ମହିଳାଙ୍କ ଇଜ୍ଜତ ଓ ସମ୍ମାନ ସହ ଜଡିତ ଘଟଣାକୁ ଖବର କଲାବେଳେ, ଆମେ ଆମର କାଣ୍ଡଜ୍ଞାନ ହରାଇବସୁଛୁ। ସାମ୍ବାଦିକତାର ମୌଳିକ ଦାୟିତ୍ଵ ଭାବରେ କୌଣସି ମହିଳାଙ୍କ ବ୍ୟକ୍ତିଗତ ଚରିତ୍ର ବା ସଂପର୍କକୁ ନେଇ ଖବର ଛାପିବା  ବେଳେ ଆମକୁ ଶହେଥର ଭାବିବା ଦରକାର। ହେଲେ ଭାବିବା ଭଳି ସମ୍ବାଦିକତା ଆଉ ଅଛି କି?

media odisha assembly
Share. Facebook Twitter LinkedIn Email WhatsApp Copy Link

Related Posts

ହେଲିକପ୍ଟର କ୍ରାସ୍‌ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ

September 16, 2026

ୟୁପି ନିର୍ବାଚନରେ ସମସ୍ୟା ବଢ଼ାଇବେ କି ପୂର୍ବତନ ବିଜେପି ନେତା?: ​​୫୦ଟି ଆସନରେ ଦେବେ ପ୍ରାର୍ଥୀ

September 16, 2026

ଭାରତକୁ UNSCରେ ସ୍ଥାୟୀ ସ୍ଥାନ କାହିଁକି ମିଳିବା ଉଚିତ?: ଜାଣନ୍ତୁ ୫ ଟି ବଡ଼ କାରଣ

September 16, 2026

ଭାରତ ସହିତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ ଦେଲା ନ୍ୟୁଜିଲ୍ୟାଣ୍ଡ: ୯୫% ରପ୍ତାନି ଉପରେ ଉଚ୍ଛେଦ ହେବ ଶୁଳ୍କ!

September 16, 2026
Latest News

ସମୁଦ୍ରରେ ଭାରତୀୟ ଯୁଦ୍ଧଜାହାଜକୁ ଧକ୍କା ଦେଲା ପାକିସ୍ତାନ ଯୁଦ୍ଧଜାହାଜ: ଆକ୍ସନ ମୋଡରେ ଭାରତ

September 16, 2026

ହେଲିକପ୍ଟର କ୍ରାସ୍‌ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ

September 16, 2026

ଗାଁ ନାଟକ ଶିଖୁଥିବା ବେଳେ ମାରଣାନ୍ତକ ଆକ୍ରମଣ: ଯୁବକଙ୍କ ପ୍ରାଣହାନୀ

September 16, 2026

ୟୁପି ନିର୍ବାଚନରେ ସମସ୍ୟା ବଢ଼ାଇବେ କି ପୂର୍ବତନ ବିଜେପି ନେତା?: ​​୫୦ଟି ଆସନରେ ଦେବେ ପ୍ରାର୍ଥୀ

September 16, 2026

ମଣିପୁରରେ ପୁଣି ଉତ୍ତେଜନା: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ମହିଳା ମୃତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.