Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା: କିଏ କଲେ ପ୍ରଶ୍ନ ତ ପୁଣି କିଏ କଲେ ପ୍ରଶଂସା
ବିଶେଷ ଖବର

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା: କିଏ କଲେ ପ୍ରଶ୍ନ ତ ପୁଣି କିଏ କଲେ ପ୍ରଶଂସା

December 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚାରି ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠିଛି। ସୁପ୍ରିମ୍‌କୋର୍ଟର ଓକିଲ ବୃନ୍ଦା ଗ୍ରୋଭର ଏହି ଘଟଣାକୁ ନେଇ ପୋଲିସ୍‌ ଉପରେ ମୋକଦ୍ଦମା କରିବା ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ପୋଲିସ୍‌ ଉପରେ ମୋକଦ୍ଦମା ହେବା ଦରକାର, କାରଣ ପୂରା ଘଟଣାର ସ୍ବତନ୍ତ୍ର ନ୍ୟାୟିକ ଯାଞ୍ଚ ହେବା ଜରୁରୀ। ମହିଳାଙ୍କ ନାମ ନେଇ ପୋଲିସ ଏନକାଉଣ୍ଟର କରିବା  ଭୁଲ୍‌ ଅଟେ। ସେହିପରି ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି ଯେ, ଏନକାଉଣ୍ଟର ସର୍ବଦା ଠିକ୍‌ ନୁହେଁ। ଏହି ମାମଲାରେ ପୁଲିସ କହିବାନୁଯାୟୀ ଅଭିଯୁକ୍ତ ବନ୍ଧୁକ ଛଡେଇ ଦୌଡ଼ି ପଳାଉଥିଲେ। ଏପରି କ୍ଷେତ୍ରରେ ପୋଲିସ୍‌ର ନିଷ୍ପତ୍ତି ଠିକ୍‌ ହୋଇପାରେ। ଅଭିଯୁକ୍ତଙ୍କୁ ଫାଶୀର ଦଣ୍ଡ ମିଳୁ ବୋଲି ଆମର ଦାବି ଥିଲା, ତାହା ପୁଣି ଆଇନ ଉପାୟରେ। ଏହି ଘଟଣାରେ ତ୍ବରିତ୍ବ ନ୍ୟାୟ ଆମେ ଚାହୁଁଥିଲୁ। ପୂରା ଆଇନ ପ୍ରକ୍ରିୟାରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ଆଜି ଲୋକେ ଏନକାଉଣ୍ଟରରେ ଖୁସି ଅଛନ୍ତି, କିନ୍ତୁ ଆମ ସମ୍ବିଧାନ ଅଛି, ଆଇନ୍‌ ଅଛି। ଏହା ନ ଭୁଲିବା ଉଚିତ୍‌।

ସେହିପରି ଏନ୍‌କାଉଣ୍ଟରଙ୍କୁ ନେଇ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଅଧ୍ୟକ୍ଷା ମାୟାବତୀ କହିଛନ୍ତି ଯେ, ଦୁଷ୍କର୍ମକାରୀ ଭିତରେ ଡର ସୃଷ୍ଟି କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ୍‌ ହାଇଦ୍ରାବାଦ ପୋଲିସଠାରୁ କିଛି ଶିଖିବା ଦରକାର। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ନିଜ ଦଳର କିଛି ଅଭିଯୁକ୍ତଙ୍କୁ ମଧ୍ୟ ଜେଲ୍‌ ପଠାଇଥିଲି। ଉତ୍ତରପ୍ରଦେଶ ଓ ଦିଲ୍ଲୀ ପୋଲିସ୍‌ ନିଜର ଚିନ୍ତାଧାରା ବଦଳାଇବା ଦରକାର ବୋଲି ମାୟାବତୀ କହିଛନ୍ତି।

ଏନକାଉଣ୍ଟରକୁ ବିଜେପି ନେତା କପିଲ୍‌ ମିଶ୍ର ହାଇଦ୍ରାବାଦ ପୋଲିସ୍‌ର ପ୍ରଶଂସା କରିବା ସହ କହିଛନ୍ତି ଯେ, ଏପରି କରି ଦୁଷ୍କର୍ମକାରୀଙ୍କ ସହ ଲଢି ହେବ। ଆଶା କରୁଛି, ଅନ୍ୟ ରାଜ୍ୟର ପୋଲିସ୍‌ମାନେ ମଧ୍ୟ ହାଇଦ୍ରାବାଦ ପୋଲିସ୍‌ଙ୍କଠାରୁ କିଛି ଶିଖନ୍ତୁ।

ବଲିଉଡ୍‌ ଓ ଟଲିଉଡ୍‌ର ପ୍ରମୁଖ କଳାକାରମାନେ ହାଇଦ୍ରବାଦ ପୋଲିସ୍‌ର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଅଭିନେତା ଅନୁପମ୍‌ ଖେର୍‌ ଏହି ଘଟଣାକୁ ନେଇ ଜୟ ହୋ ବୋଲି କମେଣ୍ଟ ଦେଇଥିବାବେଳେ ରାଜଶେଖର୍‌, ନାଗାର୍ଜୁନ୍‌, ଋଷିକପୁର୍‌, ରାକୁଲ୍‌ ପ୍ରୀତ୍‌ ପ୍ରମୁଖ ଟୁଇଟ୍‌ କରି ତେଲେଙ୍ଗାନା ପୋଲିସ୍‌ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ଶୁକ୍ରବାର ସକାଳ ୩ଟାରୁ ୬ଟା ସମୟ ମଧ୍ୟରେ ଏନକାଉଣ୍ଟର କରାଯାଇଛି। ପୋଲିସ୍‌ ଦାବି କରିଛି ଯେ, ଅଭିଯୁକ୍ତମାନେ ବନ୍ଧୁକ ଛଡାଇ ଦୌଡ଼ି ପଳାଇ ଯାଉଥିବାବେଳେ ପୋଲିସ୍‌ ଏନକାଉଣ୍ଟର କରିଛି।

ତେବେ ଦେଶରେ ବଢି ଚାଲୁଥିବା ଦୁଷ୍କର୍ମ ଘଟଣାକୁ ଦେଖିଲେ ଦେଶରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ସମୟ ଆସିଛି। ଦୋଷୀକୁ କଠୋର ଦଣ୍ଡ ଦେବା ଦ୍ବାରା ଏହିପରି ଘଟଣାକୁ କିଛି ମାତ୍ରାରେ କମ କରାଯାଇପାରିବ। ପୁଣି ଏହି ଘଟଣାରେ ତ୍ବରିତ୍ବ ନ୍ୟାୟପ୍ରକ୍ରିୟା ହେବା ଆଜି ସମୟରେ ସବୁଠୁ ବଡ଼ ଆବଶ୍ୟକତା। ସରକାର ସୁରକ୍ଷା ଓ କାର୍ଯ୍ୟାନୁଷ୍ଠାନ ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ ହୋଇପଡିଛି।

 

Dr.Priyanka Reddy encounter hyderabad justice
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.