Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅସତ୍ୟ ଭାଷଣ ପ୍ରଧାନମନ୍ତ୍ରୀ ପଦର ଗରିମାକୁ ତଳିତଳାନ୍ତ କରୁନାହିଁ କି?
ବିଶେଷ ଖବର

ଅସତ୍ୟ ଭାଷଣ ପ୍ରଧାନମନ୍ତ୍ରୀ ପଦର ଗରିମାକୁ ତଳିତଳାନ୍ତ କରୁନାହିଁ କି?

February 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ଓରଫ ନରେନ୍ଦ୍ର ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଲା ପରେ ଅନେକ ନୂଆ କଥା ଆମର ରାଜନୀତିରେ ଘଟିଛି। ସତୁରୀ ବର୍ଷର ଗାଣତାନ୍ତ୍ରିକ ରାଜନୀତିରେ ଆମେ ଯାହା ଯାହା ସବୁ କଳ୍ପନା ମଧ୍ୟ କରିନଥିଲୁ, ସେସବୁ ଏବେ ସତକୁ ସତ ଘଟି ଚାଲିଛି! ଭାରତୀୟ ରାଜନୀତିରେ ଘଟୁଥିବା ବହୁ ବିଚିତ୍ର ଓ ଅଭୂତପୂର୍ବ ଘଟନା ଭିତରୁ ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ଭାଷଣ। ଏ ଦେଶର କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଭାଷଣ ଦେଉନଥିଲେ। ଏହାର ଅର୍ଥ ଏୟା ନୁହଁ ଯେ ଆମର ବାଗ୍ମୀ ପ୍ରଧାନମନ୍ତ୍ରୀ ନଥିଲେ। ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଥିଲେ ତାଙ୍କ ସମୟର ଅନ୍ୟତମ ଶ୍ରେଷ୍ଠ ବକ୍ତା। ପଣ୍ଡିତଜୀଙ୍କର ବକ୍ତବ୍ୟ ରେ ବୌଦ୍ଧିକତା ଯେତିକି ଥିଲା, ଭାରତର ସାଧାରଣ ଜନତାର ଅନୁଭବ ପ୍ରତି ସମ୍ମାନବୋଧ ମଧ୍ୟ ସେତିକି ଥିଲା। ନେହେରୁଙ୍କ ପରେ ପ୍ରାୟ ସବୁ ପ୍ରଧାନମନ୍ତ୍ରୀ ନିଜ ପଦର ଗରିମା ଅନୁଯାୟୀ ଭାଷଣ ଦେଇଛନ୍ତି। ଲୋକଙ୍କୁ ଉଦବୁଦ୍ଧ କରିଛନ୍ତି। ହେଲେ ମୋଦୀଙ୍କ ଭାଷଣ ନିଆରା। ସେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କଠୁ ଅଲଗା କାରଣ ସେ ନିଜ ଭାଷଣରେ କିଛି ବି କହିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯେ ସତ୍ୟନିଷ୍ଠ ଓ ତଥ୍ୟନିଷ୍ଠ ହେବା ଉଚିତ, ଏକଥା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆଉ କେହି ଆଶା କରୁନାହାନ୍ତି।

ମୋଦୀଙ୍କର ବହୁ ଭାଷଣ ରହିଛି, ଯେଉଁଥିରେ ଶହ ଶହ ତଥ୍ୟଗତ ତୃଟି ବାହାର କରିହେବ। ଆମେ ସେସବୁକୁ ନଯାଇ ଏଇ ସପ୍ତାହରେ ସେ ଦେଇଥିବା ଦୁଇଟି ଭାଷଣର ତର୍ଜମା କରିବା। ଗତ ଜାନୁଆରୀ ୩୦ ତାରିଖ, ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥି। ଗୁଜରାଟର ସୁରତ ରେ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଲେ ଯେ “ଆଗରୁ ଏ ଦେଶରେ ମହିଳାଙ୍କ ପ୍ରତି ବଳାତ୍କାର ଓ ଧର୍ଷଣର ଖବର ଆସୁଥିଲା, କିନ୍ତୁ ଏବେ ବଳାତ୍କାରୀଙ୍କୁ ୩ ଦିନ, ୭ ଦିନ କିମ୍ବା ୧୧ ଦିନ ଭିତରେ ଫାଶିରେ ଝୁଲାଇ ଦିଆ ଯାଉଛି।“ ଅଦ୍ଭୁତ କଥା। ଦେଶର ପ୍ରଧାନମନ୍ତ୍ରୀ ଏକଥା କହୁଛନ୍ତି। ୩ ଦିନ ଭିତରେ ଜଣେ ଅପରାଧୀର ବିଚାର ଏକ ଗଣତାନ୍ତ୍ରିକ ଦେଶରେ ସମ୍ଭବ କି? ଆମର ସାମ୍ବିଧାନିକ ବ୍ୟବସ୍ଥାରେ ନ୍ୟାୟ ପାଇଁ ଏକ ସ୍ଵାଭାବିକ ଆଇନଗତ ପ୍ରକ୍ରିୟା ରହିଛି। ତାକୁ ବାଦ ଦେଇ କାହାକୁ ଫାଶିରେ ଝୁଲାଇ ହେବ କି? ତେବେ ଗତ ପାଞ୍ଚ ବର୍ଷ ଭିତରେ ଏ ଦେଶରେ ଯାକୁବ ମେମନକୁ  ବାଦ ଦେଲେ ଆଉ କାହାକୁ ଫାଶିରେ ଝୁଲା ଯାଇନାହିଁ। ତେବେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ଆମେ କହିବା କି?

ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ଧର୍ଷଣ ଭଳି ସଂବେଦନଶୀଳ ପ୍ରସଙ୍ଗରେ ବକ୍ତବ୍ୟ ରଖନ୍ତି, ତାଙ୍କଠୁ ଆମେ ସତ୍ୟ ଓ ତଥ୍ୟର ଅପେକ୍ଷା ରଖୁ। ହେଲେ ନରେନ୍ଦ୍ର ମୋଦୀଙ୍କ ଠାରୁ ସେ ପ୍ରକାର ଅପେକ୍ଷା ବୋଧେ ଦେଶବାସୀଙ୍କର ଆଉ ନାହିଁ।

ଏବେ ଆସିବା ପ୍ରଧାନମନ୍ତ୍ରୀଙ୍କ ଦ୍ଵିତୀୟ ଭାଷଣକୁ। ପଶ୍ଚିମ ବଙ୍ଗରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ “ ଏ ଦେଶରେ ଜଣେ ଚା ବିକାଳି ପ୍ରଧାନମନ୍ତ୍ରୀ ଦେଶରୁ ଦୁର୍ନୀତି ଦୂର କରିଦେଲା ଓ କଳା ଧନ ଫେରାଇ ଆଣିଲା। “ ଏ ଘୋଷଣା ବି ଅଦ୍ଭୁତ। ଭାରତକୁ ଦୁର୍ନୀତିମୁକ୍ତ ଦେଶ ବୋଲି ପ୍ରମାଣପତ୍ର କିଏ ଓ କେମିତି ଦେଇଛି ଆମେ ଜାଣିନୁ। ହେଲେ ମୋଦୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏ ଦେଶରେ ସବୁଠୁ ବଡ ବ୍ୟାଙ୍କ ଘୋଟାଲା ହୋଇଛି। ଆଗରୁ ଯେଉଁମାନେ ଦୁର୍ନୀତି କରୁଥିଲେ ସେମାନେ ବନ୍ଧା ହେଉଥିଲେ। ଆମେ ମନମୋହନ ସିଂଙ୍କ ସମୟରେ ଦେଖିଛୁ, ଦେଶର ବହୁ କ୍ଷମତାଶାଳୀ ନେତା ଓ ମନ୍ତ୍ରୀ ଜେଲ ଯାଇଥିଲେ। ହେଲେ ମୋଦୀଙ୍କ ସମୟରେ ଦୁର୍ନୀତି କରି ଓ ଲୋକଙ୍କ ଟଙ୍କା ଆତ୍ମସାତ କରି ଲୋକ ବିଦେଶରେ ଯାଇ ଅୟସ କରୁଛନ୍ତି। ଯେମିତି କି-

  • ଲଳିତ ମୋଦୀ, ଆଇପିଏଲ ଘୋଟାଲାରେ ସଂପୃକ୍ତ ଏହାଙ୍କର କୌଣସି ଖୋଜ ଖବର ଏବେ ମିଳୁନାହିଁ।
  • ବିଜୟ ମାଲ୍ୟା, ବିଜେପି ସହାୟତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମାଲ୍ୟା ବଡ ଆନନ୍ଦରେ ଦେଶ ଛାଡି ଲଣ୍ଡନ ପଳାଇଲେ। ପନ୍ଦର ହଜାର କୋଟି ଟଙ୍କା ଏ ଦେଶର ପାଣିରେ ପଡିଲା।
  • ମେହୁଲ ଚୋକସି, ୟାଙ୍କୁ ପ୍ରଧାନମନ୍ତ୍ରୀ ସର୍ବ ସାଧାରଣରେ ମେହୁଲ ଭାଇ ବୋଲି ସମ୍ବୋଧନ କରୁଥିଲେ। ଏ ବାବୁ ଏବେ ଆଣ୍ଟିଗୁଆ ରେ ନାଗରିକତ୍ଵ ଗ୍ରହଣ କରି ଆନନ୍ଦରେ ଅଛନ୍ତି।
  • ନୀରବ ମୋଦୀ, ଦେଶର ଟଙ୍କା ଖାଇ ଫେରାର ହେବା ଆଗରୁ ଯେ ପ୍ରଧାନମନ୍ତ୍ରୀଙ୍କ ସହିତ ଦାଭୋସ ରେ ବଢିଆ ଫଟୋ ଉଠାଇଥିଲେ।
  • ଦ୍ବାରିକାଦାସ ସେଠ ଓ ପରିବାର- ଏମାନେ କେବେ ଦେଶର ଟଙ୍କା ଖାଇ ଦେଶ ଛାଡି ଚାଲିଗଲେ, କେହି ତାର ଖବର ପାଇଲେ ନାହିଁ।
  • ଚନ୍ଦା କୋଚର ଓ ପରିବାର, ଆଇସିଆଇସିଆଇ ବ୍ୟାଙ୍କର ମୁଖିଆ ଥିବା ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ବ୍ୟାଙ୍କକୁ ଖୋଳ କରି ଚାଲିଥିବା ବେଳେ ଆଜି ମଧ୍ୟ ଅର୍ଥମନ୍ତ୍ରୀ ଏହାଙ୍କ ରକ୍ଷା କବଚ ହୋଇ ଛିଡା ହୋଇଛନ୍ତି।

ତଥାପି ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ସେ ଏ ଦେଶରୁ ଭ୍ରଷ୍ଟାଚାର ଦୂର କରିଦେଲେ, ତାହେଲେ ତାର ବିଚାର ଏ ଦେଶର ଜଣ ସାଧାରଣ କରିବେ। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଓ ମର୍ୟାଦା  ଦୃଷ୍ଟିରୁ ସତ୍ୟ ନିଷ୍ଠା ଓ ତଥ୍ୟ ନିଷ୍ଠା ତାଙ୍କ ଭାଷଣର ଆଧାର ହେଉ ବୋଲି ଆମେ ଆଜି ବି ପ୍ରାର୍ଥନା କରୁଛୁ!!

kedarmishra Modi thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

SHVR ୨୦୨୫-୨୬ ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା

June 23, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026
Latest News

ଆଜି କେଉଁ ଷ୍ଟକ୍‌ରେ ରହିବ ବଜାରର ନଜର? ବଡ଼ ଘୋଷଣା ପରେ ଚର୍ଚ୍ଚାରେ ୭ କମ୍ପାନୀ

June 23, 2026

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026

ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାକୁ ନେଇ ତୀବ୍ର ବିବାଦ: ୧୬୩ ଧାରା ଜାରି

June 23, 2026

ଶେଷ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ଚାଲିଥିବା ଏସଆଇଆର କାର୍ଯ୍ୟକ୍ରମ

June 23, 2026

ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ୍‌, ଦୁଇ ଭାଇଙ୍କ ମୃତ୍ୟୁ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.