କଟକ, ୧୯/୧୨: ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ବାରବାଟୀ ଦିନିକିଆ ଶୃଙ୍ଖଳର ଅନ୍ତିମ ମ୍ୟାଚ୍ କଟକ ବାରବାଟୀଠାରେ ଅନୁଷ୍ଠିତ ହେବ। ଏଥିପାଇଁ କ୍ରୀଡ଼ାପ୍ରେମୀଙ୍କ ମହଲରେ ପ୍ରବଳ ଉତ୍ସାହ ବଢିଯାଇଛି। ଅନ୍ଲାଇନ୍ରେ ଟିକେଟ ବିକ୍ରି ସରିଯାଇଥିବାବେଳେ ଆଜିଠାରୁ ୨୧ ତାରିଖ ଯାଏ କାଉଣ୍ଟରରେ ଟିକେଟ ବିକ୍ରି ହେଉଛି। ୧୨ଟି କାଉଣ୍ଟରରେ ୧୦ ହଜାର ୫୦ଟି ଟିକେଟ ବିକ୍ରି କରାଯିବ। ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମଧ୍ୟ ପୂରା ଟିକେଟ ଲାଗିବ। ପରିଚୟପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ ନେଇ ହେବ ବୋଲି ସୂଚନା ରହିଛି। ଟିକେଟ ପାଇଁ ଲୋକମାନେ ରାତିରୁ ଲାଇନ୍ ଲଗାଇଥିବାର ଜଣାପଡିଛି। ଟିକେଟ ବିକ୍ରି ଯାଗାରେ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କ୍ରିକେଟ୍ ଖେଳ ପାଇଁ ଭାରତୀୟ କ୍ରିକେଟ ଖେଳାଳୀ ଓ ଓ୍ବେଷ୍ଟ ଇଣ୍ଡିଜ୍ କ୍ରିକେଟ ଖେଳାଳୀ ଅପରାହ୍ନ ୧.୩୦ରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ରହିଛି। (ଏଜେନ୍ସି)