Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜନଶୁଣାଣୀ : ଏକ ଫାର୍ଶ   
ବିଶେଷ ଖବର

ଜନଶୁଣାଣୀ : ଏକ ଫାର୍ଶ   

December 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦେବରଞ୍ଜନ

କୌଣସି ବୃହତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଜନଶୁଣାଣୀ ଏକ ମାତ୍ର ପ୍ରକ୍ରିୟା ଯେଉଁଠି ସ୍ଥାନୀୟ ଲୋକଙ୍କର ପ୍ରକଳ୍ପ ସମ୍ପର୍କରେ କିଛି ମତ ଦେବାର ସୁଯୋଗ ରହିଛି । ନଚେତ ସରକାର ଓ କମ୍ପାନୀ ମଧ୍ୟରେ ଚୁକ୍ତି ହେବା ପରେ କମ୍ପାନୀ ତା’ର କମ ଆରମ୍ଭ କରିଦେଇଥାନ୍ତା ଓ ଲୋକେ କିଛି କହିଲେ ତାହାକୁ ଆଇନ ଶୃଙ୍ଖଳାରେ ସମସ୍ୟା କହି ଲୋକଙ୍କୁ ଗିରଫ କରାଯାଇଥା’ନ୍ତା । ହେଲେ ଜଣାଶୁଣାଣୀ ପ୍ରକ୍ରିୟାଟି କ୍ରମଶଃ କେବଳ ମତାମତ ବା କନ୍ସଲଟେସନ ମଧ୍ୟରେ ସୀମିତ କରିଦିଆଗଲା । ଏହା ଅନୁମତି ବା କନସେଣ୍ଟ ତାଲିକାରେ ରହିଲା ନାହିଁ ।

ଫଳରେ ଲୋକେ ଯାହା ବି ମତ ଦିଅନ୍ତୁ ନା କାହିଁକି ପ୍ରଦ୍ଯୁଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ଏହାକୁ କେବଳ ଏକ ପରମ୍ପରା ଭାବରେ ଧରିନେଇ ‘ଜନଶୁଣାଣୀ ସଫଳ ହେଲା ଓ ଏହା ପରେ ପରିବେଶ ଅନୁମତି ମିଳିବାରେ ଅସୁବିଧା ନାହିଁ’ ବୋଲି ପ୍ରାୟ ପ୍ରକଳ୍ପ କ୍ଷେତ୍ରରେ ରିପୋର୍ଟ ଦେଲେ ।

ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜର କର୍ମଚାରୀ ଅଭାବ ଦେଖାଇ କମ୍ପାନୀଙ୍କ ଦ୍ଵାରା ପ୍ରସ୍ତୁତ ଛଅ ମାସିଆ ରିପୋର୍ଟକୁ କେବଳ ତାରିଖ ବଦଳାଇ ସେହି ସମାନ ରିପୋର୍ଟକୁ ପରିବେଶ ମନ୍ତ୍ରଣାଳୟକୁ ପଠାଇଲେ ଓ ଅତ୍ୟଧିକ ପ୍ରଦ୍ଯୁଷଣ କରୁଥିବା ତଥା କୌଣସି ଫିଲ୍ଟରାଇଜେସନ ମେସିନ ଲଗାଇନଥିବା  କମ୍ପାନୀ ଲାଗି ମଧ୍ୟ ଅନୁମତି ପତ୍ର ଆଣିଦେଲେ । ଆଜି ସେହିସହୁ ଅଞ୍ଚଳରେ ଯେଉଁ ପରିବେଶ ଜନିତ କ୍ଷତି ହେଉଛି ଓ ଲୋକେ ମୃତ୍ୟୁବରଣ କରୁଛନ୍ତି ତାହା ପାଇଁ କ’ଣ ସେମାନେ ଉତ୍ତରଦାୟୀ ରହିଲେ କି ?

ଏହିମାନଙ୍କୁ ତ ପ୍ରଥମେ ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡ ହେବା କଥା ! ଲୋକେ ଯେବେ ମରୁଛନ୍ତି ସେତେବେଳେ କିନ୍ତୁ ସେମାନେ ସେଠାରେ ନାହାନ୍ତି ।

ଏହି ବିଶ୍ବାସଘାତାକତା ହେତୁ କ୍ରମଶଃ ସ୍ଥାନୀୟ ଲୋକେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉପରେ ନିଜର ଆସ୍ଥା ହରାଇଲେ । ବୋର୍ଡ ଉପରେ ଭରସା ନକରିପରି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା (ଆଦାନୀ ପାୱାର ପ୍ଳାଣ୍ଟ ଲାଗି), ସମ୍ବଲପୁର ଜିଲ୍ଲାର କୁଚିଣ୍ଡା (ଦାମୋଦର ଡ୍ୟାମ ପ୍ରକଳ୍ପ) ଓ ରାୟଗଡାର ବାସଙ୍ଗମାଳୀ (ଆଲୁମିନା ପ୍ଳାଣ୍ଟ) ଅଞ୍ଚଳର ଲୋକେ ଜନଶୁଣାଣୀ ପ୍ରକ୍ରିୟାକୁ ସଂପୂର୍ଣ୍ଣ ବନ୍ଦ କରିଦେବା ପରେ ଏହି ହେତୁ ସେହିସବୁ ଅଞ୍ଚଳରେ ପ୍ରକଳ୍ପ ସଂପୂର୍ଣ୍ଣ ବନ୍ଦହୋଇଗଲା ।

ଭାରତରେ ଆଜି ପ୍ରାୟ ଜନ ଆନ୍ଦୋଳନରେ ଏହା ଏକ ରଣନୀତି ହୋଇଛି ଯେ ମୂଳରୁ ଜନଶୁଣାଣୀକୁ ଆଦୌ କରେଇନଦିଆଯାଉ ଯାହା ଦ୍ଵାରା ପ୍ରକଳ୍ପ ବନ୍ଦ ହୋଇଯିବ ଓ ଅଞ୍ଚଳର ପରିବେଶ ଅନ୍ତତଃ କ୍ଷତିରୁ ବଞ୍ଚିଯିବ। ନିକଟରେ ଉତ୍ତରାଖଣ୍ଡରେ ଯମୁନା ନଦୀର ଏକ ଧାରାରେ ପ୍ରସ୍ତାବିତ ହାଇଡ୍ରୋ ପ୍ରୋଜେକ୍ଟର ଜନଶୁଣାଣୀକୁ ଲୋକେ ବିରୋଧ କରି ପ୍ରକଳ୍ପକୁ ବନ୍ଦ କରିଦେଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.